ଭୁବନେଶ୍ବର, ୨୮।୧୦ : ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବି ସିଂପୁର ଥାନା ଏଏଆଇ ଏକ ମାମଲାକୁ ରଫାଦଫା କରିବା ପାଇଁ ସେ ଲାଞ୍ଚ ନେଉଥିଲେ।  ଏଏସଆଇ ନରସିଂହ ଦୋରା ଓ ତାଙ୍କର ସହଯୋଗୀ  ସନାଧର ଅମାତ୍ୟ  ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଏକ ଘରୋଇ ହିଂସା ସମ୍ପର୍କରେ  ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ନରସିଂହ ଦୋରା ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ।ନରସିଂହ ଦୋରା ଓ ତାଙ୍କ ସହଯୋଗୀ  ସୁନାଧର ଅମାତ୍ୟ  ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ଟିମ୍ ମାଡି ବସିଥିଲେ।  ନରସିଂହଙ୍କ ଠାରୁ ୪୦ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।