ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦିଲ୍ଲୀରୁ ଇଣ୍ଡୋନେସିଆର ବାଲିକୁ ବିମାନ ଉଡ଼ାଣ ବାତିଲ କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ

Published By : Tapas Panda | November 13, 2024 9:13 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ଏୟାର ଲାଇନ୍ସ ଦିଲ୍ଲୀରୁ ଇଣ୍ଡୋନେସିଆର ବାଲିକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି । ପ୍ରତିକୂଳ ପାଣିପାଗ ଯୋଗୁଁ ବୁଧବାର ବାଲିକୁ ଏବଂ ବାଲିରୁ ଦିଲ୍ଲୀ ବିମାନ ସେବା ବାତିଲ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ବିମାନ ସେବା ବାତିଲ କରିବାର କାରଣ ସଂପର୍କରେ ଏୟାର ଲାଇନ୍‌ ପକ୍ଷରୁ କୁହାଯାଇଛି ଯେ, ବାଲି ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ବୁଧବାର ବାଲିରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ବାଲିକୁ ବିମାନ ଉଡ଼ାଣ ବନ୍ଦ ରହିବ । 

ଯାତ୍ରୀଙ୍କ ଅସୁବିଧା ପାଇଁ କମ୍ପାନି କ୍ଷମା ମାଗିଥିବା ବେଳେ ପରବର୍ତ୍ତୀ ତାରିଖରେ ଉଡ଼ାଣ ଲାଗି ପ୍ରସ୍ତୁତି କରାଯାଉଛି ବୋଲି କହିଛି । ଯେଉଁ ଯାତ୍ରୀ ବିମାନ ଭଡ଼ା ଫେରସ୍ତ ପାଇଁ ଚାହିଁବେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।  କେବଳ ଏୟାର ଇଣ୍ଡିଆ ନୁହେଁ ଅନ୍ୟ କେତେକ ଏୟାର ଲାଇନ୍ସ ମଧ୍ୟ ବାଲିକୁ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । 

ଇଣ୍ଡୋନେସିଆର ହଲିଡେ ଦ୍ବୀପରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ବାହାରୁଥିବା ଧୂଆଁ ଏବଂ ପାଉଁଶ ବିମାନ ଉଡ଼ାଣ ଲାଗି ବିପଦ ସୃଷ୍ଟି କରିଛି । ଏହା ପୂର୍ବରୁ ଇଣ୍ଡିଗୋ ଏନେଇ ଏକ ସୂଚନା ଜାରି କରିଥିଲା ।  ସେହିଭଳି କ୍ବାଣ୍ଟାଜ୍‌, ଜେଟଷ୍ଟାର ଏବଂ ଭର୍ଜିନ ଅଷ୍ଟ୍ରେଲିଆ ମଧ୍ୟ ନିଜର ଯାତ୍ରୀଙ୍କୁ ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି । ମାଉଣ୍ଟ ଲୋବଟୋବି ଲାକି ଲାକିରେ ବିସ୍ଫୋରଣ ବିମାନ ଉଡ଼ାଣକୁ ପ୍ରଭାବିତ କରିଛି ବୋଲି ଏୟାର ଲାଇନ୍ସ ସୂଚନା ଦେଇଛନ୍ତି ।  ସେପଟେ ଆଗ୍ନେୟଗିରି ଉଦଗୀରଣରୁ ନିର୍ଗତ ଧୂଆଁ ଏବଂ ପାଉଁଶ ୯ କିଲୋମିଟର ଉଚ୍ଚକୁ ଉଠୁଥିବା ଜଣାପଡ଼ିଛି ।  ତେବେ ଗୋଟିଏ ସପ୍ତାହ ପରେ ପୁଣି ଥରେ ହୋଇଥିବା ଏହି ଆଗ୍ନେୟଗିରଣ ଉଦଗୀରଣରେ ୧୦ରୁ ଅଧିକ ଜୀବନ ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.