ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଅମିତାଭଙ୍କ ପରେ ଆପାର୍ଟମେଣ୍ଟ ବିକିଲେ ଅକ୍ଷୟ କୁମାର, ୮୦ ପ୍ରତିଶତ ଲାଭ କଲେ ଅଭିନେତା

Published By : Tapas Panda | January 24, 2025 7:38 PM

Image Courtesy: rprealtyplus

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରେ ଅକ୍ଷୟ କୁମାର ନିଜର ଏକ ଘର ବିକ୍ରି କରିଛନ୍ତି । ବିଗ୍‌ ବି’ ନିଜର ଓସିଓ୍ବାରା ଆାପର୍ଟମେଣ୍ଟକୁ ୧୬୮ ପ୍ରତିଶତ ଲାଭରେ ବିକ୍ରି କରିଥିବା ବେଳେ ଅକ୍ଷୟ ନିଜର ଆପାର୍ଟମେଣ୍ଟକୁ ୮୦ ପ୍ରତିଶତ ଲାଭରେ ବିକିଛନ୍ତି । ମିଳିଥିବା ସୂଚନା ଅନୁସାରେ ବଲିଉଡ୍‌ର ଧନୀ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଅକ୍ଷୟ କୁମାର ମୁମ୍ବାଇର ଏକ ଆପାର୍ଟମେଣ୍ଟକୁ ୪ କୋଟି ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ସ୍କାଏ ସିଟି ଆପାର୍ଟମେଣ୍ଟସ୍‌ରେ ଥିବା ଏହି ଫ୍ଲାଟକୁ ଖିଲାଡି କୁମାର ବିକ୍ରି କରିଥିବା ନେଇ Square Yards ପକ୍ଷରୁ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି । 

 ସିଟି ଆପାର୍ଟମେଣ୍ଟସ୍‌ ‘ଓବରୟ ରିୟଲିଟି’ ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ଏହା ୨୫ ଏକ ଜମିରେ ଅବସ୍ଥିତ । ଅକ୍ଷୟ କୁମାର ନିଜର ଆପାର୍ଟମେଣ୍ଟ ବିକ୍ରି କରି ପ୍ରାୟ ୮୦ ପ୍ରତିଶତ ଲାଭ ପାଇଛନ୍ତି । ନଭେମ୍ବର ୨୦୧୭ରେ ଅଭିନେତା ଏହାକୁ ୨ କୋଟି ୩୮ ଲକ୍ଷ ଟଙ୍କା କ୍ରୟ କରିଥିଲେ । ତେବେ ଏହି ଫ୍ଲାଟକୁ ବିକ୍ରି କରିବା ଲାଗି ଷ୍ଟାମ୍ପ ଡ୍ୟୁଟି ବାବଦକୁ ୨୫.୫ ଲକ୍ଷ ଏବଂ ପଞ୍ଜିକରଣ ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅକ୍ଷୟ କୁମାରଙ୍କ ଏହି ଆପାର୍ଟମେଣ୍ଟରେ ୧,୦୭୩ ବର୍ଗ କିଲୋମିଟରର ଏକ କାର୍ପେଟ୍‌ ଏରିୟା ରହିଛି । ଏହା ସହ ଦୁଇଟି କାର୍‌ ରହିବା ଲାଗି ପାର୍କିଂ ବ୍ୟବସ୍ଥା ଅଛି । 

 ସେପଟେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ସଂପର୍କରେ କହିଲେ, ତାଙ୍କର ଏକ ସିନେମା ଏବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ‘ସ୍କାଏ ଫୋର୍ସ’ ରିଲିଜ୍‌ ହୋଇଥିବା ବେଳେ ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବୀର ପାହାରିୟା ବଲିଉଡ୍‌ ଡେବ୍ୟୁ କରିଛନ୍ତି । ସେହିଭଳି ସାରା ଅଲି ଖାନ୍‌, ନିମ୍ରତ କୌର ଏବଂ ଶରଦ କେଲକର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଅଭିନୀତ ହାଇସ୍‌ଫୁଲ-୫, ଜୋଲି ଏଲଏଲବି ୩ ଏବଂ ଭୂତ୍‌ ବଙ୍ଗଲା ରିଲିଜ୍‌ ଅପେକ୍ଷାରେ ରହିଛି । 

ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ମୁମ୍ବାଇର ଓସିଓ୍ବାରାରେ ଥିବା ତାଙ୍କ  ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ରେଜିଷ୍ଟ୍ରେସନ୍‌ (IGR)ର ୱେବସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ପ୍ରପର୍ଟି ୨୦୨୧ ମସିହାରେ ପ୍ରାୟ ୩୧ କୋଟି ଟଙ୍କାରେ କିଣିଥିଲେ। ରିପୋର୍ଟ ଅନୁଯାୟୀ, ୪ ବର୍ଷରେ ଏହି ପ୍ରପର୍ଟିର ମୂଲ୍ୟ ୧୬୮ ପ୍ରତିଶତ ବଢିଛି। ୨୦୨୧ରେ ଅମିତାଭ ଏହି ଆପାର୍ଟମେଣ୍ଟକୁ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ମାସିକ ୧୦ ଲକ୍ଷ ଟଙ୍କା ଭଡ଼ାରେ ଦେଇଥିଲେ । ୪ ବର୍ଷ ପରେ ଅମିତାଭ ଏହି ଆପାର୍ଟମେଣ୍ଟକୁ ପ୍ରାୟ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.