ଭୁବନେଶ୍ୱର ୩୦/୦୯: ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍‌ ଚଳାଚଳ ବନ୍ଦ  କରାଯିବ । ଉଭୟ କଟକ ଏବଂ  ଭୁବନେଶ୍ୱରରେ ସମସ୍ତ ରୁଟ୍‌ରେ  ବସ୍‌ ଚଳାଚଳ ବନ୍ଦ ରହିଛି । ଦଶହରା ଭସାଣି ଯାଏ କଟକଣା ଜାରି ରହିବା ନେଇ କ୍ରୁଟ (କ୍ୟାପିଟାଲ  ରିଜନ ଅର୍ବାନ ଟ୍ରାନ୍ସପୋର୍ଟ)  ପକ୍ଷରୁ ସୂଚନା ଜାରି  କରାଯାଇଛି । ପୂଜା ମଣ୍ଡପ ପାଇଁ ସମସ୍ତ ମୁଖ୍ୟ ରାସ୍ତାରେ ଭିଡ଼  ରହିବ । ତେଣୁ ଏହାକୁ ଦୃଷ୍ଟିରେ  ରଖି କମିଶନରେଟ୍‌ ପୁଲିସ  ପକ୍ଷରୁ କ୍ରୁଟକୁ ବସ୍‌ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

​​​​​​​ପୂଜାରେ ଟ୍ରାଫିକ୍‌ ଯନ୍ତ୍ରଣାରେ ଘାଣ୍ଟି ହେଲେ  ରାଜଧାନୀବାସୀ । ସପ୍ତମୀ ସନ୍ଧ୍ୟାରେ ମା’  ଦୁର୍ଗାଙ୍କ ଦର୍ଶନ ପାଇଁ ଘରୁ ବାହାରିଥିବା ଶ୍ରଦ୍ଧାଳୁ  ଟ୍ରାଫିକ୍‌ ଯନ୍ତ୍ରଣାରେ ଛଟପଟ ହେଲେ । ଅବଶ୍ୟ  ଭାରୀଯାନରେ କଟକଣା ଯୋଗୁ ୧୬ ନମ୍ବର  ଏନ୍‌ଏଚ୍‌ରେ ଭିଡ଼ କମିଥିଲା । କିନ୍ତୁ କଟକ ରୋଡ,  ଜନପଥରେ ଟ୍ରାଫିକ୍‌ ପରିଚାଳନାରେ ପୁଲିସ  ବେହାଲ ହୋଇଥିଲା । କିଛି ରଣନୀତି କାମ  ଦେଲାନି । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଭିଡ଼ରେ  ଫସିଲେ ଶ୍ରଦ୍ଧାଳୁ । ରସୁଲଗଡ଼ରୁ ବମିଖାଲ  ଅଧକିମି ପାର୍‌ କରିବାକୁ ଅଧ ଘଣ୍ଟା ଲାଗିଗଲା । ଜନ୍‌ପଥରେ ବି କାର, ବାଇକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥି