​​​​​​​ବିଞ୍ଝାରପୁର, ୧୮।୯ : ରାସ୍ତା ନ ଥିବାରୁ ରୋଗୀଙ୍କୁ ୧ କିମି ଷ୍ଟ୍ରେଚରରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଗୌରାଙ୍ଗ ଚରଣ ସାମଲ (୯୮)  ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ତେଣୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮  ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଙ୍ଗଳପୁର ଡାକ୍ତରଖାନାରେ ଥିବା ୧୦୮ ଆମ୍ବୁଲାନ୍ସଟି ଗାଁ ନିକଟରେ ପହଞ୍ଚିଥିଲା କିନ୍ତୁ ରାସ୍ତା ଅଭାବ କାରଣରୁ ରୋଗୀଙ୍କ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନ ପାରି ୧ କିମି ଦୂରରେ ରହିଯାଇଥିଲା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ କୁମାର ମଲ୍ଲିକ,ଇଏମଟି ସ୍ମୃତି ସୌରଭ ସାହୁ ଏବଂ ହେଲ୍ପର ଦୀପକ କୁମାର ଜେନା ଏକ ଷ୍ଟ୍ରେଚରରେ ଧରି ରୋଗୀଙ୍କ ପାଖରେ ପହଞ୍ଚିଥିଲେ  ପ୍ରାୟ ୧ କିମି ରୋଗୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଆଣି ରୋଗୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଭଳି କାମ ପାଇଁ ରୋଗୀଙ୍କ ପରିବାର ଲୋକ ତଥା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି