ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ ନିଷ୍ପତି। ଏଣିକି ଯୋଗାଯୋଗ ପାଇଁ ଇମେଲ ବଦଳରେ ବ୍ୟବହାର କରିବେ ଜୋହୋ। ଆମେରିକାର ଟାରିଫ ମାଡ ମଧ୍ୟରେ ସରକାରଙ୍କ ସ୍ୱଦେଶୀ ନୀତି ଯୋଗୁଁ ଶାହ ବୁଧବାର ଜୋହୋ ପ୍ଲାଟଫର୍ମ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି।

ସୂଚନା ମୁତାବକ, ଟ୍ରମ୍ପଙ୍କ ଟାରିଫ ବମ ଯୋଗୁଁ ଦୁଇଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଆସିଛି। ଯାହାଫଳରେ ଭାରତରେ ସବୁଯାଗାରେ ବ୍ୟବହୃତ ହେଉଥିବା ବିଭିନ୍ନ ଆମେରିକୀୟ କମ୍ପାନୀମାନଙ୍କ ଆପ୍ଲିକେସନକୁ ବୟକଟ କରିବାର ଟ୍ରେଣ୍ଡ ଆରମ୍ଭ ହୋଇଛି। ସରକାର ମଧ୍ୟ ଏ ଦିଗରେ ସ୍ୱଦେଶୀ ଆପଣେଇବାର ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି।

ଜୋହୋ ଏକ ଭାରତୀୟ ଟେକ୍ କମ୍ପାନୀ ହୋଇଥିବା ବେଳେ ଏହା ଆମେରିକୀୟ କମ୍ପାନୀ ଗୁଗୁଲର ଏକ ବଡ ପ୍ରତିଦ୍ୱନ୍ଦ୍ୱି। ଏଣୁ ଭାରତ ସରକାର ଜୋହୋ ପ୍ଲାଟପର୍ମ ବ୍ୟବହାର ଉପରେ ଜୋର ଦେବାରେ ଲାଗିଛନ୍ତି। ଭାରତୀୟମାନେ ମଧ୍ୟ ଏହାକୁ ହୃଦଖୋଲା ସମର୍ଥନ ଦେଉଛନ୍ତି। ହ୍ୱାଟସଆପର ବିକଳ୍ପ ଭାବେ ଭାରତୀୟମାନେ ଜୋହୋର ଆରାଟାଇ ଆପ ବ୍ୟହାର କରିବାକୁ ଲାଗିଲେଣି।

ଅମିତ ଶାହ ଏନେଇ ସାମାଜିକ ଗଣାମାଧ୍ୟମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେମୁଁ ଜୋହୋ ମେଲର ବ୍ୟବହାର ଆରମ୍ଭ କରିଛି। ମୋ ନୂଆ ମେଲ ଆଡ୍ରେସ ଲେଖି ରଖନ୍ତୁ। ମୋ ନୂଆ ଇମେଲ ଆଡ୍ରେସ ହେଉଛି amitshah.bjp@ http://zohomail.in। ଆଗକୁ ଏହି ଆଡ୍ରେସ ବ୍ୟବହାର କରି ଆପଣମାନେ ମୋ ସହ ଯୋଗାଯୋଗ କରିପାରିବେ।