ନୂଆଦିଲ୍ଲୀ,୧୧/୧୦: ତାଙ୍କ ସଫଳତା ଦେଖି ହିମାଳୟ ନତମସ୍ତକ ହୁଏ... ତାଙ୍କ ବିଚାରରେ ସାଗର ଲୀନ ହୋଇଯାଏ... ତାଙ୍କ ତେଜରେ ସୂର୍ଯ୍ୟ ଚମକି ଉଠେ..ଶାଳୀନତାରେ ଚନ୍ଦ୍ର ହସିଉଠେ..ଏମିତି ତୁମେ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ । ବଡ଼ ସୁପରଷ୍ଟାର । ସବୁଠୁ ବଡ଼ ହିରୋ, ନାୟକ ନୁହଁନ୍ତି ସେ ମହାନାୟକ । ଭାରତୀୟ ସିନେମାର ଶେହେନ୍ଶାହ ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ପାଦ ଥାପିଛନ୍ତି । । ୬ ଦଶବ୍ଦି ଧରି ବଲିଉଡ୍ ଓ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ବତନ୍ତ୍ର ସ୍ଥାନ ରଖିଥିବା ବିଗ୍ ବି’ଙ୍କ ଜନ୍ମଦିନ । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ସିନେମାର ଆଇକନ ଅମିତାଭ ବଚ୍ଚନ । ପ୍ରଖ୍ୟାତ ହିନ୍ଦୀ କବି ହରିବଂଶ ରାୟ ବଚ୍ଚନ ଏବଂ ସମାଜସେବୀ ତେଜି ବଚ୍ଚନଙ୍କ କୋଳ ମଣ୍ଡନ କରିଥିଲେ ମହାନାୟକ ଅମିତାଭ । ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସ ଓ ସାଥୀ କଳାକାରଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଟିକେ ଝଲକ ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।
ଅମିତାଭଙ୍କ କ୍ୟାରିୟର- ଆଙ୍ଗ୍ରି ୟଙ୍ଗ ମ୍ୟାନ୍, ବିଗ୍ ବି, ଶେହେନ୍ଶାହଙ୍କ ଜନ୍ମଦିନକୁ ଅଦିନିଆ ଦୀପାବଳି ଭାବେ ମନାଉଛନ୍ତି ଫ୍ୟାନ୍ସ । ମୁମ୍ବାଇରେ ତାଙ୍କ ପ୍ରଶଂସକ ଏକାଠୀ ହୋଇ ଉତ୍ସବ ମନାଇଛନ୍ତି । ଜଣେ ଫ୍ୟାନ୍ସ କହିଛନ୍ତି, ଆଜି ସୁପରଷ୍ଟାର ମହାନାୟକ ଅମିତାଭଙ୍କ ବଚ୍ଚନ । ଆଜି ଆମ ପାଇଁ ଦୀପାବଳି । ସେ ସବୁବେଳେ ସୁସ୍ଥ ରୁହନ୍ତୁ ଏତିକି କାମନା । ୧୯୬୯ରେ ଅମିତାଭ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ''ଭୁବନ ସୋମେ''ରେ ଭଏସ୍ ନ୍ୟାରେଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଆନନ୍ଦ, ଜଞ୍ଜିର, ରୋଟି କପଡା ଔର ମକାନ୍ ଚଳଚ୍ଚିତ୍ରରେ ଆରମ୍ଭ ମହାନାୟକଙ୍କ ଯାତ୍ରା । ଏହା ପରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଦିୱାର, ସୋଲେ, କଭି କଭି, ଅମର ଆକବର ଆନ୍ଥୋନୀ, ପର୍ବରିଶ, କସମେ ୱାଦେ, ଡନ୍, ତ୍ରିଶୁଳ, ସୁହାଗ, ଦୋସ୍ତାନା, ଅନ୍ଧାକାନୁନ, କୁଲି ପରି ୨୦୦ରୁ ଅଧିକ ଫିଲ୍ମରେ ଦାମଦାର ଅଭିନୟ କରିଛନ୍ତି ଅମିତାଭ ।
#WATCH | Mumbai, Maharashtra | Prashant, a fan of Actor Amitabh Bachchan, says, "Today is the birthday of the Superstar of the century. For us, today is Diwali and Holi. We wait for October 11th every year, and may he always remain healthy..." https://t.co/ivuAGS669V pic.twitter.com/W1CLnJizgP
— ANI (@ANI) October 11, 2025
ସମ୍ମାନ-ପୁରସ୍କାର; ଗ୍ଲୋବାଲ ଆଇକନ୍ ଅମିତାଭ ବଚ୍ଚନ ତାଙ୍କ ସଫଳତା ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି । ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ପାଇଁ ୨୦୧୯ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ ଯାଦୁ ଦେଖାଇଛନ୍ତି ମହାନାୟକ ଅମିତାଭ । ଏବେ ବି ଅଭିନୟ ଜାରି ରଖିଛନ୍ତି । ବଲିଉଡର ସବୁଠାରୁ ପ୍ରଭାବଶାଳୀ ଅଭିନେତା ମଧ୍ୟରୁ ସେ ଜଣେ । ତାଙ୍କର ମୋଟ୍ ସମ୍ପତ୍ତି ୧.୬୩୦ କୋଟି ହେବ । ବର୍ତ୍ତମାନ ପ୍ରଶ୍ନୋତ୍ତର ରିୟାଲିଟି ଶୋ' କନ୍ ବନେଗା କରୌଡ଼ ପତି ହୋଷ୍ଟ କରୁଛନ୍ତି ଅମିତାଭ । ଏହା ତାଙ୍କୁ ଭାରତରେ ସର୍ବାଧିକ ଦରମା ନେଉଥିବା ଟେଲିଭିଜନ ହୋଷ୍ଟ କରିଛି । ୧୯୭୩ରେ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ଅଭିଷେକ ବଚ୍ଚନ ଓ ଶ୍ୱେତା ବଚ୍ଚନ ରହିଛନ୍ତି ।