​​​​​ଭୁବନେଶ୍ବର,୧୮/୦୯: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ କେବଳ ୭ଦିନ ଚାଲିବ । ପ୍ରଥମ ଦିନରେ ଗୃହ ମୁଲତବୀ ଦେବା ପରେ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାରି ଭିତରେ ବିଧାନସଭା ପରିସର ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । କିଛି ସମୟ ପାଇଁ ଗଣମାଧ୍ୟମ ପ୍ରତିନିଧି ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ । ବୁମ୍ ଧରିଲେ କନକ ବର୍ଦ୍ଧନ ସିଂହଦେଓ, ବାଇଟ୍ ଦେଲେ ପ୍ରଭାତୀ ପରିଡ଼ା । ଏକ ଜାତୀୟ ଗଣମାଧ୍ୟମ ବୁମ୍‌କୁ ଧରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଇଟ୍ ନେଇଛନ୍ତି ।

ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପ-ମୁଖ୍ୟମନ୍ତ୍ରୀ  ଏବଂ ବିଧାୟକମାନଙ୍କ ପାଇଁ ଗଛ ଲଗାଇ ଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସଂସ୍ଥାର ବୁମ୍ ନେଇଯାଇ ପାଖରେ ଗଛ ଲଗାଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ପ୍ରଶ୍ନ ପଚାରିଥିଲେ । ଗଛ ଲଗାଇ ଆପଣଙ୍କୁ କିଭଳି ଲାଗୁଛି, ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମକୁ କେମିତି ଦେଖୁଛନ୍ତି ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି, ଉଭୟ ଉପ-ମୁଖ୍ୟମନ୍ତ୍ରୀ ଏବଂ ପାଖରେ ଥିବା ବିଧାୟକମାନେ ଏହି ମଜାଦାର ମୁହୂର୍ତ୍ତକୁ ଉପଭୋଗ କରିଥିଲେ...