ଭୁବନେଶ୍ୱର,୦୭/୧୦: କଳିଙ୍ଗ ଷ୍ଟାଡିୟମ ଇନଡୋର ଆଥଲେଟ୍ସିକ ଷ୍ଟାଡିୟମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ର ଟ୍ରଫି ଉନ୍ମୋଚନ ଏବଂ ଟ୍ରଫି ଟୁର ବସ୍ର ଶୁଭ ଉଦ୍ଘାଟନ କରିଥିଲେ ।
କଟକ, ଭୁବନେଶ୍ୱର ଏବଂ ପୁରୀରେ ଚାମ୍ପିଅନସିପ୍ର ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଟ୍ରଫି ଟୁର ବସ ଏବଂ ମାସ୍କଟ ‘ଓଲି' ଶୋଭା ଯାତ୍ରାରେ ସାମିଲ୍ ହେବ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀଙ୍କ ସମେତ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ, ଓଡ଼ିଶା ଟେବୁଲ୍ ଟେନିସ ସଂଘର ସମ୍ପାଦକ ରବିନ୍ଦ୍ର ପରିଡ଼ା ଏବଂ ଯୁଗ୍ମ ସଚିବ ଜୟଦିଥ ଦେବତା ପ୍ରମୁଖ ଉପସ୍ଥିତ ରହିଥିଲେ ।