ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିର ୟୁ-ଟର୍ଣ୍ଣ; ନିଜ ଇଚ୍ଛାରେ ଭୋଟ ଦେବେ ସାଂସଦ

Published By : Bijay Swain | April 3, 2025 9:22 PM

ଭୂବନେଶ୍ୱର: ୱାକଫ୍(ସଂଶୋଧିତ) ବିଲ୍ କୁ ପ୍ରଥମେ ବିରୋଧ କରୁଥିବା ବିଜୁ ଜନତା ଦଳ ଅସଲ ସମୟରେ ୟୁଟର୍ଣ୍ଣ ମାରିଛି। ବିଲ୍ ଗୃହରେ ଉପସ୍ଥାପିତ ହେବା ପୂର୍ବରୁ ଏହାକୁ ବିରୋଧ କରିଆସିଥିଲା ନବୀନ ପଟ୍ଟନାୟକଙ୍କ ବିଜେଡି। ତେବେ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଆଲୋଚନା ସମୟରେ ବିଲ୍ କୁ ବିରୋଧ କରିବ ନାହିଁ ବୋଲି କହିଛି ବିଜେଡି। ଗୁରୁବାର ଦଳ କହିଛି ଯେ ସଂଶୋଧିତ ବିଲ୍ ପାଇଁ ହେବାକୁ ଥିବା ଭୋଟ୍ ରେ ସାଂସଦମାନେ ନିଜ ଇଚ୍ଛା ମୁତାବକ ଭୋଟ ଦେଇ ପାରିବେ। ଏହା ପାଇଁ ଦଳ ପକ୍ଷରୁ କାହାକୁ କୌଣସି ଆଦେଶ ଦିଆଯିବ ନାହିଁ। 

ବିଜେଡି ଦଳର ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ଡଃ ସମ୍ୱିତ ପାତ୍ର ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସର୍ ପୋଷ୍ଟ କରି କହିଛନ୍ତି ଯେ “ୱାକଫ (ସଂଶୋଧନ) ବିଲ୍, ୨୦୨୪ ସମ୍ପର୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ବର୍ଗ ଦ୍ୱାରା ପ୍ରକାଶିତ ବିବିଧ ଭାବନାକୁ ଆମେ ଗଭୀର ଭାବରେ ସମ୍ମାନ କରୁଛୁ। ଆମ ଦଳ ଏହାକୁ ନେଇ ଯତ୍ନର ସହ ବିଚାର କରୁଛି। ତେଣୁ ଆମେ ଆମର  ରାଜ୍ୟସଭା ସାଂସଦ ମାନଙ୍କୁ ସେମାନଙ୍କ ନ୍ୟାୟ, ସଦଭାବ ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାରର ସର୍ବୋତ୍ତମ ସ୍ୱାର୍ଥ ପାଇଁ ସେମାନଙ୍କ ବିବେକକୁ ବ୍ୟବହାର କରି ଭୋଟିଂ କରିବାକୁ କୁହାଯାଇଛି। ଏନେଇ ଦଳ ପକ୍ଷରୁ କୌଣସି ହୁଇପ୍ ଜାରି କରାଯାଇ ନାହିଁ।”

ଗତ ବୁଧବାର ବିଜେଡିର ରାଜ୍ୟସଭା ସାଂସଦ ମୁଜ୍ଜିବୁଲ୍ଲା ଖାନ ମୁସଲିମ ସମ୍ପ୍ରଦାୟକୁ ନେଇ ଗୃହରେ ନିଜ ମନ୍ତବ୍ୟ ରଖିଥିଲେ। ଏହାର ଗୋଟିଏ ଦିନ ପରେ ଡଃ ପାତ୍ର ଦଳ ପକ୍ଷରୁ ଏହି କଥା ଜାରି କରିଛନ୍ତି। ଏହାସହ ଏହି ବିଲ୍ ରେ ଦଳ ଖୁସି ନାହିଁ ବୋଲି ମଧ୍ୟ ଡଃ ପାତ୍ର କହିଛନ୍ତି। କେନ୍ଦ୍ର ମିଳିତ ସଂସଦୀୟ କମିଟି ଦ୍ୱାରା ସମୀକ୍ଷା ପରେ କେତେକ ସଂଶୋଧନ କରିଛି ବୋଲି ସେ କହିଛନ୍ତି।

ଲୋକସଭାରେ ଦୀର୍ଘ ୧୨ ଘଣ୍ଟାର ବିତର୍କ ପରେ ବର୍ତ୍ତମାନ ୱାକଫ (ସଂଶୋଧନ) ବିଲ୍ କୁ ନେଇ ରାଜ୍ୟସଭାରେ ଆଲୋଚନା ଚାଲିଛି। ଗୋଟିଏ ପଟେ ବିଜେପିର ସାଂସଦମାନେ ବିରୋଧୀ ଦଳକୁ ଏହି ବିଲ୍ କୁ ନେଇ ଭୁଲ ଖବର ପ୍ରଚାର ପ୍ରସାର କରୁଥିବା ଆରୋପ ଲଗାଇଛି। ଅନ୍ୟପଟେ ବିରୋଧି ଟିଏମସି ଦଳର ସାଂସଦ ମହମ୍ମଦ ନଦିମୁଲ୍ଲ ଇସ୍ଲାମ ବିଜେପି ସାସ୍କୃତିକ ଭାବାବେଗ ସହ ଖେଳୁଛି ବୋଲି ଅଭିଯୋଗ କରିଛନ୍ତି। ବୁଧବାର ଦିନ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଏହି ବିଲ୍ ଉପରେ ଲୋକସଭାରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ବିତର୍କ ଚାଲିଥିଲା। ଶେଷରେ ଏହା ବିପକ୍ଷରେ ୨୩୨ ଓ ସପକ୍ଷରେ ୨୮୮ ଭୋଟ ସହିତ ଗୃହୀତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.