ଭୁବନେଶ୍ବର,୧୧/୧୦ : ଦିଲ୍ଲୀରୁ ଫେରିବା ପରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜୁ ଜନତା ଦଳର ସଦସ୍ୟ। ନବୀନ ନିବାସରେ ଭେଟି ରାଜ୍ୟରେ ରାଜନୈତିକ ପରିସ୍ଥିତି, ନିଯୁକ୍ତି ସ୍କାମ, ଜେଲରୁ ଅପରାଧୀ ଚଂପଟ ମାରିବା ଭଳି ସାଂପ୍ରତିକ ପରିସ୍ଥିତିକୁ ନବୀନ ବାବୁଙ୍କୁ ଅବଗତ କରାଇଛନ୍ତି । ବିରୋଧି ଦଳ କିପରି ଏକାଠି ହୋଇ ସରକାରଙ୍କ ମୁଖା ଖୋଲିବେ ସେ ସଂପର୍କରେ ନବୀନ ବାବୁ ସମସ୍ତଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ସେହିଭଳି ନୂଆପଡ଼ା ନିର୍ବାଚନ ଉପରେ ଠିକ୍ ସମୟରେ ଉପଯୁକ୍ତ ପ୍ରାର୍ଥୀ ଦିଆଯିବ । ନବୀନ ପଟ୍ଟନାୟକ ତାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଜେନା ।