ଫିରିଙ୍ଗିଆ, ୧୯/୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ୧୩ ନମ୍ବର ଜୋନ ପାହିରେଜୁ, କୁଏରମାଣ୍ଡୁ, ଲୁଇସିଂ ଓ ବାଲନ୍ଦାପଡା ପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି I ରବିବାର ଏହି ପଦ ଯାତ୍ରା ପାହିରେଜୁ ପଞ୍ଚାୟତ ରୁ ଆରମ୍ଭ ହୋଇଥିବା ବେଳେ ବାଲାନ୍ଦାପଡା ହାଟପଦାଠାରେ ଶେଷ ହୋଇଥିଲା I
ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ଓ ବିଜେଡି ସରକାର କରିଥିବା ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ଉଦେଶ୍ୟରେ ରବିବାର ଗୋଛାପଡା ଅଞ୍ଚଳରେ ମଧ୍ୟ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି I ରବିବାର ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପଦଯାତ୍ରାରେ ବିଜେଡିର କନ୍ଧମାଳ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଦଯାତ୍ରାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୁଗୁନି କହଁର, ପୂର୍ବତନ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଳ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର, ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ସତ୍ୟନାରାୟଣ ବେହେରା, ବିଜେଡି ନେତା ଜଳନ୍ଧର କହଁର, ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁର, ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲିକ, ବ୍ଲକ ଉପସଭାପତି ପ୍ରଦୀପ ବେହେରା, ପାହିରେଜୁ ସରପଞ୍ଚ କେଶବ କହଁର ସହ ଅଞ୍ଚଳ ର ବହୁ ଆଗ ଧାଡ଼ିର ବିଜେଡି ନେତା ଓ କର୍ମୀ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ଅବସରରେ ଏକାଧିକ ବିଜେପି କର୍ମୀ ବିଜେଡି ରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ I ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ଗୋଛାପଡା ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡି କରାଯାଇଥିବା ବେଳେ ଖୋଦ ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୁରକ୍ଷା ବ୍ୟବସ୍ଥା ର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା I