​​​​​​​ମାଲକାନଗିରି, ୧୯/୧୦ (ଆପ୍ର ) : ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିଜେଡିର  ଜନ ସମ୍ପର୍କ ପଦଯାତ୍ରା  ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ଏହି ପଦଯାତ୍ରା ଓ ସାଧାରଣ ସଭାରେ ଭାଜପା ସରକାରଙ୍କ ବିରୋଧରେ ଗର୍ଜି ଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଗୋପାଳ କ୍ରୁଷ୍ଣ ପଣ୍ଡା, ଘନଶ୍ୟାମ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ବ୍ଲକ ସଭାପତି ରାମଚନ୍ଦ୍ର ଗାଲେଲ,ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ରଘୁନାଥ ଖରା ପୂର୍ବତନ ସଭାପତି ସତ୍ୟ ପାଣିଗ୍ରାହୀ, ସଦାଶିବ ପୂଜାରୀ ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ବିଜେଡି ନେତ୍ରୁମଣ୍ଡଳୀ ଉପସ୍ଥିତ ଥିଲେ