ଭୁବନେଶ୍ବର,୮।୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ "ମୋଦୀ ଯୁବା ମାରାଥନ୍"। ଦେଶର ୭୫ଟି ଜାଗାରେ ଏହି ମାରାଥନ ଆୟୋଜନ କରାଯିବ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାରାଥନର ଆୟୋଜନ କରାଯିବ। ସେପ୍ଟେମ୍ବର ୨୧ ସକାଳ ଟା୧୫ ରେ କଳିଙ୍ଗ ଷ୍ଟାଡିୟମରୁ ବାହାରି ଜନତା ମଇଦାନ ଯାଏ ଚାଲିବ ମାରାଥନ। ଏଥିରେ ପ୍ରାୟ ୧୦ହଜାର ଯୁବକ ସାମିଲ ହେବା ଲକ୍ଷ୍ୟ ରହିଛି। ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ମାରଥନର ମୁଖ୍ୟ ଉଦେଶ୍ୟ। ସମସ୍ତ ଯୁବପିଢ଼ି କାର୍ଯ୍ୟକ୍ରମରେ ଯୋଡି ହେବାକୁ ବିଜେପି ଯୁବ ମୋର୍ଚ୍ଚା ଆହ୍ୱାନ ଦେଇଛି ।