ଭୁବନେଶ୍ୱର,୩୦/୧୦: ଶବଦାହ ପାଇଁ ଆଉ ଦହଗଞ୍ଜ ହେବାକୁ ପଡିବ ନାହିଁ । ସତ୍ୟନଗର ଶ୍ୱଶାନ ନୂଆରୂପ ପାଇଛି । ଏନେଇ ବୁଧବାର ବିଏମ୍ସି କମିଶନର ଚଞ୍ଚଳ ରାଣା ଶ୍ମଶାନ ବୁଲିବା ସହ ଏହାର ସମୀକ୍ଷା କରିଛନ୍ତି । ଖୁବ୍ଶୀଘ୍ର ଏହି ଶ୍ମଶା ଲୋକାର୍ପିତ ହେବ । ସତ୍ୟନଗର ଶ୍ମଶାନର ପୁନ ନବୀକରଣ କରାଯାଇଛି । ଏବାବଦରେ ୨ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ଗ୍ୟାସଚୁଲା ସହ ୬ଟି କାଠଚୁଲା ପାଇଁ ସ୍ୱତନ୍ତ୍ର ପିଣ୍ଡି ରହିଛି । ଏହା ସହ ଶ୍ମଶାନରେ ପୋଖରୀ କରାଯାଇଛି । ଏହା ସହ ପାରମ୍ପରିକ ରୀତିନୀତି ଅନୁସାରେ ଶବଦାହ କରିବାକୁ ସବୁ ବ୍ୟବସ୍ଥା କରାଯାଇଛି । ବିଏମ୍ସି ପକ୍ଷରୁ ରେଷ୍ଟରୁମ, ଶୌଚାଳୟ, ଶ୍ମଶାନରେ କର୍ମଚାରୀ ରହିବାକୁ କ୍ୱାଟର୍ସ ନିର୍ମାଣ କରାଯାଇଛି । ଶ୍ମଶାନ କାର୍ଯ୍ୟ ସରିଥିବା ବେଳେ ଏହା ଉଦ୍ଘାଟନ ଅପେକ୍ଷାରେ ରହିଛି । ୧୫ ଦିନ ଭିତରେ ଏହି ଶ୍ମଶାନ ଲୋକାର୍ପିତ ହେବ ।
Commissioner BMC, along with BMC officials and engineers, visited the Satya Nagar Crematorium to review the ongoing renovation work. He directed the team to ensure timely completion of the project while maintaining high standards of quality.
— BMC (@bmcbbsr) October 29, 2025
#UrbanDevelopment #BMCCares pic.twitter.com/XSjNn4Zlm8
ସତ୍ୟନଗର ଶ୍ମଶାନ ପରେ କମିଶନର ୟୁନିଟ-୪ ହାଟ ବୁଲି ସମୀକ୍ଷା କରିଥିଲେ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ସହିଦନଗର ମଲ୍ଟିଲେବଲ କାର ପାର୍କିଂ ବୁଲି ଦେଖିଥିଲେ ।