ବାସୁଦେବପୁର,୭।୧୦ : ବାସୁଦେବପୁର ବ୍ଲକ ଖରିଦାବିନାୟକପୁର ଗ୍ରାମରେ ଗତ ୩ ତାରିଖରେ ଶିଶୁକନ୍ୟା ବିକ୍ରୀ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣା ତିନି ଦିନ ପରେ ଶିଶୁ କନ୍ୟା ଘରକୁ ଫେରିଛି।
ଏହି ଗ୍ରାମର ସଞ୍ଜୟ ମଲିକଙ୍କ ଗତ ୨୯ ତାରିଖ ବାସୁଦେବପୁର ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଶିଶୁକନ୍ୟା ଜନ୍ମର ୪ ଦିନ ପରେ ସଂଜୟ ଝିଅକୁ କେଉଁଠି ବିକ୍ରୀ କରିଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସଞ୍ଜୟଙ୍କ ଘରେ ତନାଘନା ଆରମ୍ଭ କରିଥିଲେ। ହେଲେ ସଞ୍ଜୟ ତାର ସ୍ତ୍ରୀ, ବଡ ଝିଅକୁ ସାଥୀରେ ଧରି କେଉଁଆଡେ ଚାଲିଯାଇଥିଲା। ସଞ୍ଜୟଙ୍କ ବାପା ନୃସିଂହ ମଲିକଙ୍କୁ ଶିଶୁ ସୁରକ୍ଷା କର୍ମୀ ପଚରା ଉଚରା କରିଥିଲେ। ସଞ୍ଜୟ ଶିଶୁ କନ୍ୟାକୁ ଧରି ସୋମବାର ରାତିରେ ଘରେ ପହଂଚିଥିଲା। ସ୍ତ୍ରୀ ଓ ପିଲାମାନଙ୍କୁ ମୋ ବନ୍ଧୁ ବାନ୍ଧବ ଘରେ ଛାଡ଼ିଥିଲି ବୋ ସଞ୍ଜୟ କହିଥିଲେ।