କଟକ ୮।୧୧: ବାଲିଯାତ୍ରାକୁ ନେଇ ଉତ୍ସବ ମୁଖର କଟକ ସହର। ଏହାରି ଭିତରେ ସିଲଭର ସିଟି କଟକରୁ ଆସିଛି ଦୁଃଖଦ ଖବର। ଆଜବେଷ୍ଟସ ଘର ଉପରେ ଫ୍ଲାଟର ବାଲକୋନୀ ଭୁଶୁଡ଼ି ପଡ଼ିଛି।   ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।  ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । କଟକ ମଣିସାହୁ ଛକ ନିକଟରେ ଅଘଟଣ ଘଟିଛି।ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ। 

​​​​​​​

ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି  ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନୀ ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।