ଭୁବନେଶ୍ବର, ୦୫/୧୧: ନଭେମ୍ବର ୫ରୁ ୧୨ ତାରିଖ ଯାଏ ଭୁବନେଶ୍ବର ବାଲିଯାତ୍ରା । ମଞ୍ଚେଶ୍ବର ଠାରେ କୁଆଖାଇ ପଠାରେ ବାଲିଯାତ୍ରା ଆୟୋଜିତ ହେଇଛି । ତେଣୁ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଏବଂ ଯାତାୟାତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ଣ ୨ଟା ଠାରୁ ଭିଡ଼ ଭାଙ୍ଗିବା ଯାଏ ଟ୍ରାଫିକ୍ କଟକଣା ଲାଗୁ ରହିବ ।
ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ପାଇଁ ରୁଟ୍ ଚାର୍ଟ-
୧- ମଞ୍ଚେଶ୍ବର ଗଡ଼ାରୁ ବାଲିଯାତ୍ରା ପଡ଼ିଆ ଅଭିମୁଭେ ଆସୁଥିବା ଯାନବାହନଗୁଡ଼ିକ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯାଇପାରିବେ । ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆକୁ ଯିବାକୁ ଦିଆଯିବ ନାହିଁ ।
୨- ବରିମୁଣ୍ଡା ଗାଁ ପାର୍ଶ୍ବରୁ ଆସୁଥିବା ଗୁଡ଼ିକୁ ଅବରୋଧ ସ୍ଥଳ ଠାରୁ ଅର୍ଥାତ୍ ଜରିପାଟଣା ଗ୍ରାମ ଠାରୁ ଆଗକୁ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଏହି ଯାନଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଏବଂ ଜରିପାଟଣା ଗାଁ ପଡ଼ିଆରେ ନିକଟରେ ହୋଇଥିବା ପାର୍କିଂ ସ୍ଥଳରେ ପାର୍କିଂ କରିବାକୁ ଦିଆଯିବ ।
୩- ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଇଞ୍ଜାଣ କେନାଲ ବ୍ରିଜ୍ ଦେଇ ରସୁଲଗଡ଼/ ପଳାସୁଣୀ ଆଡ଼କୁ ଯିବେ । ସେହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ ।
ଏହାଛଡ଼ା ବାଲିଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି, ସୁନିୟମନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ପଥଚାରୀଙ୍କ ସୁରକ୍ଷା ନିମନ୍ତେ ଭିଡ଼ ସମୟରେ ମଞ୍ଚେଶ୍ବର ଗଡ଼ା ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଭାରୀ ଏବଂ ବାଣିଜ୍ୟିକ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଏହି ସବୁ ନିୟମ ପୁଲିସ, ଫାୟାର ବ୍ରିଗେଡ୍, ଏକ୍ସସାଇଜ୍, ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ଗାଡ଼ି ଗୁଡ଼ିକ ନିମନ୍ତେ ଲାଗୁ ହେବ ନାହିଁ ।
ବାଙ୍କୁଆଳ ବାଲିଯାତ୍ରା-
ସେପଟେ ଭୁବନେଶ୍ବର ବାଙ୍କୁଆଳରେ ମଧ୍ୟ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ନଭେମ୍ବର ୫ ତାରିଖରୁ ୧୨ ତାରିଖ ଯାଏ ମେଳ ଚାଲିବ । ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧାସ ନିମନ୍ତେ ସୁରକ୍ଷା ଏବଂ ସୁଗମନାଗମନକୁ ବିଶେଷ ଧ୍ୟାନ ଦିଆଯାଇଛି । ବାଲିଯାତ୍ରା ପଡ଼ିଆକୁ ଆସୁଥିବା ଲୋକମାନଙ୍କ ପାଇଁ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ୨ଟା ଠାରୁ ଭିଡ଼ ଭାଙ୍ଗିବା ଯାଏ ଟ୍ରାଫିକ୍ କଟକଣା ଲାଗୁ ରହିବ ।
ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ପାଇଁ ରୁଟ୍ ମ୍ୟାପ-
୧- ସଇ ମନ୍ଦିର ଛକରୁ ଆସୁଥିବା ଯାନବାହାନଗୁଡ଼ିକୁ ଅବରୋଧ ସ୍ଥାନରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି ଗାଡ଼ି ଗୁଡ଼ିକ ବାଲିଯାତ୍ରା ପଡ଼ିଆ ନିକଟରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ପାର୍କିଂ କରିପାରିବେ ।
୨- ରଙ୍ଗବଜାର ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକୁ ଅବରୋଧ ସ୍ଥାନ, ଅର୍ଥାତ୍ ବ୍ରିଜ୍ ଶେଷ ଭାଗରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି ଗାଡ଼ି ଗୁଡ଼ିକ ରଙ୍ଗବଜାର ପାଖରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ପାର୍କିଂ କରିବେ ।
୩- ବାଳକାଟି ପାର୍ଶ୍ବରୁ ଆସୁଥିବା ଯାନବାହାନଗୁଡ଼ିକୁ ଅବରୋଧ ସ୍ଥାନରୁ ଅର୍ଥାତ୍ ବ୍ରିଜ୍ ଶେଷ ଭାଗରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ଗଡ଼ ଶ୍ରୀରାମପୁର ଠାରେ ପାର୍କିଂ ସ୍ଥାନରେ ପାର୍କିଂ କରିପାରିବେ ।
୪- ହାଇ-ଟେକ୍ ମେଡିକାଲ ପାର୍ଶ୍ବ ଏବଂ ବାଙ୍କୁଆଳ ଗାଁ ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକୁ ବାଲୁଙ୍କେଶ୍ବର ମନ୍ଦିର ଗଡ଼ାରେ ଅବରୋଧ ସ୍ଥାନରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ବାଲୁଙ୍କେଶ୍ବର ପାର୍କିଂ/ ଗ୍ୟାସ୍ ଗୋଦାମ ପାର୍କିଂ ପଡ଼ିଆରେ ପାର୍କିଂ କରିବେ ।
୫- ନଦୀ ପାର୍ଶ୍ବବର୍ତ୍ତୀ ରାସ୍ତାରେ ଲିଙ୍ଗିପୁର ଗାଁ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଅବରୋଧ ସ୍ତାନ, ଯଥା ବ୍ରିଜ୍ ଶେଷଭାଗରୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଏହି ଯାନଗୁଡ଼ିକୁ ବାସୁଆ ଘାଇ ନଦୀପଠାରେ ନିର୍ଧାରିତ ହୋଇଥିବା ପାର୍କିଂ ସ୍ଥାନରେ ପାର୍କିଂ କରିପାରିବେ ।