ପ୍ରମୂଖ ଖବର
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସ୍ତ୍ରୀ ଦେଉଥିଲେ ନିର୍ଯାତନା; ଜୀବନ ହାରିଲେ ଏଆଇ ଇଞ୍ଜିନିୟର, ଲେଖିଲେ ୨୪ ପୃଷ୍ଠାର ଯନ୍ତ୍ରଣାଭରା ଚିଠି

Published By : Ankita S | December 11, 2024 7:59 AM

ବେଙ୍ଗାଲୁରୁ,୧୧/୧୨: ଆଇଟି ହବ୍‌ ବେଙ୍ଗାଲୁରୁରେ ଚାଞ୍ଚଲ୍ୟ । ପତ୍ନୀ ଓ ଶାଶୂଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଝୁଲିପଡ଼ିଲେ ଯୁବ ଏଆଇ ଇଞ୍ଜିନିୟର । ଆତ୍ମହତ୍ୟା ପୂର୍ବରୁ ୨୪ ପୃଷ୍ଠାର ଚିଠି ଏବଂ ୧.୨୦ ଘଣ୍ଟାର ଭିଡିଓ ମେସେଜରେ ସେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି । ଏହି ଘଟଣା କର୍ଣ୍ଣାଟକରେ ଆଲୋଡ଼ନ ସୃଷ୍ଟି କରିଛି । ଯୁବ ଇଞ୍ଜିନିୟର ଅତୁଲ ସୁଭାଷ(୩୪)ଙ୍କ ଘର ଉତ୍ତର ପ୍ରଦେଶର ଜୌନପୁରରେ । ଅନେକ ଦିନ ଧରି ପତ୍ନୀ ଓ ଶାଶୂଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ।

ଡିସେମ୍ବର ୯ରେ ଇଣ୍ଟରନେଟ୍‌ରେ ୧.୨୦ ଘଣ୍ଟାର ଭିଡିଓ ଜାରି କରି ଆତ୍ମହତ୍ୟା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି କହିଥିଲେ । ଅତୁଲଙ୍କ ସାନଭାଇ ବିକାଶ କହିଛନ୍ତି, ଭାଇଙ୍କ ବିରୋଧରେ ୯-୧୦ଟି ମିଥ୍ୟା ମାମଲା ଚାଲୁଥିଲା । ବ୍ୟବସ୍ଥା ସହ ଲଢ଼ି ଶେଷରେ ସେ ଆତ୍ମହତ୍ୟା କରିଛନ୍ତି । ବିହାରର ମୂଳ ବାସିନ୍ଦା ଅତୁଲଙ୍କ ମୃତଦେହ ବେଙ୍ଗାଲୁରୁର ମଞ୍ଜୁନାଥ ଲେଆଉଟରେ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି । ପଡ଼ୋଶୀମାନେ ତାଙ୍କ ଘର କବାଟ ଭାଙ୍ଗିବା ପରେ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପାଇ ପୁଲିସକୁ ଜଣାଇଥିଲେ । 

ଅତୁଲଙ୍କୁ ଆତ୍ମହତ୍ୟା ପାଇଁ ପତ୍ନୀ ଓ ତାଙ୍କ ପରିବାର ଲୋକମାନେ ଉସୁକାଇଥିବା ଅତୁଲଙ୍କ ସାନଭାଇ ବିକାଶ ଅଭିଯୋଗ କରିଛନ୍ତି । ଅତୁଲ ଭିଡିଓ ମେସେଜରେ କହିଛନ୍ତି, ବିବାହର ଦୁଇବର୍ଷ ଏକାଠି ରହିବା ପରେ ଦେଢ଼ବର୍ଷର ପୁଅ ସହ ପତ୍ନୀ ଛାଡ଼ି ପଳାଇଥିଲେ । ବାହାରେ ରହି ସବୁବେଳେ ଟଙ୍କା ଦାବି କରୁଥିଲେ । ପ୍ରତିମାସ ୪୦ ହଜାର ଟଙ୍କା ଭରଣପୋଷଣ ନେଉଥିଲେ । କିନ୍ତୁ ପିଲା ପାଇଁ ଅଧିକ ଖର୍ଚ୍ଚ ହେଉଥିବା କହି ପତ୍ନୀ ମାସକୁ ୨-୪ ଲକ୍ଷ ଟଙ୍କା ମାଗିଥିଲେ । ମାମଲା କୋର୍ଟକୁ ଯାଇଥିଲା । 

ସେଠାରେ ବି ତାଙ୍କୁ ପ୍ରତାରଣା ମିଳିଥିଲା । ମାମଲାର ଦଫାରଫା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ମଗାଯାଇଥିଲା । ଏଥିରେ ବିଚାରପତି ବି ସମ୍ପୃକ୍ତ ଥିଲେ । ଅତୁଲଙ୍କ ବିରୋଧରେ ପତ୍ନୀ ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅତୁଲ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବାରୁ ତାଙ୍କ ପିତା ହୃଦ୍‌ଘାତର ଶିକାର ହୋଇଥିବା ପତ୍ନୀ ଅଭିଯୋଗ କରିଥିଲେ । ଏହିଭଳି ଅନେକ ମିଥ୍ୟା ମାମଲା କରି ପତ୍ନୀ ତାଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ପରେ ଏହାକୁ ୩ କୋଟି ଟଙ୍କାକୁ ବଢ଼ାଇଥିଲେ । ଜୌନପୁର ଫ୍ୟାମିଲି କୋର୍ଟ ଜଜ୍‌ ବି ପତ୍ନୀଙ୍କ ସାଥ୍‌ ଦେଇଥିଲେ ।

ଏକ ଏନ୍‌ଜିଓକୁ ଲେଖିଥିବା ନିଜ ୨୪ ପୃଷ୍ଠାର ଚିଠିରେ ଅତୁଲ ରାଷ୍ଟ୍ରପତିଙ୍କ ନାମ ଉଲ୍ଲେଖ କରି ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥା କଥା ବି କହିଛନ୍ତି । ସମସ୍ତ ମାମଲାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ତାଙ୍କ ପିତାମାତା ଓ ଭାଇଙ୍କୁ ହଇରାଣ ନ କରିବାକୁ ଅନୁରୋଧ କରିଛନ୍ତି । ଅତୁଲ ଲେଖିଥିବା ଚିଠିର ପ୍ରତ୍ୟେକ ପୃଷ୍ଠାରେ ‘ମୋତେ ନ୍ୟାୟ ମିଳିବା ଉଚିତ’ବୋଲି ଲେଖିଛନ୍ତି । ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ନ ଦେବାକୁ ସେ କହିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.