ସୁକିନ୍ଦା, ୧୮/୧୦ : ସୁକିନ୍ଦା ବ୍ଲକ ହରିପୁରସ୍ଥିତ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହରିପୁର ଅଞ୍ଚଳର ଜଣେ ଯୁବକ ବିଦ୍ୟାଳୟ ପରିସରରେ ଆକ୍ରମଣ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ପରେ ଗତ ୧୩ତାରିଖ ଦିନ ସୁକିନ୍ଦା ପୋଲିସ ଏକ ମାମଲା ରୁଜୁ କରିଥିଲା । ଆକ୍ରମଣ ଘଟଣା ପରେ ଅଧ୍ୟକ୍ଷ ନନ୍ଦ କିଶୋର ଖଣ୍ଡାଇ ତୁରନ୍ତ ପୋଲିସକୁ ଜଣାଇଥିଲେ । ପରେ ମିଟୁ ନାମକ ଯୁବକ ଅଧ୍ୟକ୍ଷଙ୍କୁ ଅଟକାଇ ଅସଭ୍ୟ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଶ୍ରୀ ଖାଣ୍ଡାଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଜଣେ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିବାକୁ ନେଇ ଛାତ୍ରଛାତ୍ରୀ, ଅବିଭାବକ ଓ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ପୋଲିସ ମାମଲା ରୁଜୁ କରି ଚୁପ ବସିଛି ।

ଆଜି ଏହାକୁ ନେଇ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଜଣେ ଅଧ୍ୟକ୍ଷଙ୍କୁ ଜଣେ ଅଣ ଛାତ୍ର ଆକ୍ରମଣ କରିବା ପରେ ପୋଲିସ କାହା ଚାପରେ ଅଭିଯୁକ୍ତକୁ ଗିରଫ କରୁନାହିଁ ତାକୁ ନେଇ ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।