ନୂଆଦିଲ୍ଲୀ: ଜାତିସଂଘର ୮୦ମ ସାଧାରଣ ସଭା (UNGA)ରେ ଭାଷଣ ଦେଇ ଭୁଟାନର ପ୍ରଧାନମନ୍ତ୍ରୀ ସେରିଂଗ ତୋବଗେ ୟୁଏନ ସୁରକ୍ଷା ପରିଷଦ (UNSC)ରେ ଗୁରୁତ୍ୱପୂର୍ଣ୍ଣ ସୁଧାର ପାଇଁ ଆହ୍ୱାନ କରିଛନ୍ତି। ସେ ଭାରତ ଓ ଜାପାନକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ସମର୍ଥନ ଦେଇଛନ୍ତି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଥିବା ବିଭିନ୍ନ ଜଟିଳ ପରିସ୍ଥିତି ବିଷୟରେ ଠିକସେ ଜାଣିବାକୁ ଏହି ଦୁଇ ରାଷ୍ଟ୍ରଙ୍କ ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଏହାସହ ସେ ଏହି ଦୁଇ ରାଷ୍ଟ୍ରକୁ ଯୋଗ୍ୟ ଓ ସକ୍ଷମ ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛନ୍ତି।

ତୋବଗେଙ୍କ ଅନୁଯାୟୀ, UNSCରେ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟତା ବିସ୍ତାର କରିବା ଆଜିର ବିଶ୍ୱ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜରୁରୀ। ସେ କହିଛନ୍ତି, “ଭୁଟାନ୍ ୟୁଏନ ସଂଘରେ ସୁଧାରକୁ ସମର୍ଥନ କରେ, ଯାହା ସୁରକ୍ଷା ପରିଷଦରେ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟତାର ବିସ୍ତାରର ଆବଶ୍ୟକତା ରହିଛି। ଏକ ସୁଧାରିତ ସୁରକ୍ଷା ପରିଷଦରେ ଭାରତ ଓ ଜାପାନ ଭଳି ସକ୍ଷମ ଓ ଯୋଗ୍ୟ ଦେଶମାନଙ୍କୁ ସାମିଲ କରାଯିବା ଉଚିତ। ଯାହା ଆଜିର ଜଟିଳ ବାସ୍ତବତାକୁ ସଠିକ ଭାବେ ପ୍ରତିଫଳିତ କରିବ।ଏହି ବିବୃତ୍ତି BRICSମନ୍ତ୍ରୀମାନଙ୍କ ବୈଠକ ସହ ସମନ୍ୱିତ ରହିଛି। ଯେଉଁଠାରେ ବ୍ରିକ୍ସ ଅଧିନରେ ଥିବା ଦେଶଗୁଡିକ UNSC ସୁଧାର ଓ ଭାରତ-ବ୍ରାଜିଲର ବଡ଼ ଭୂମିକା ଉପରେ ଜୋର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତୋବଗେ ଜାତିସଂଘର ୧୦୦ମ ବର୍ଷୀୟ ପର୍ବକୁ ଏକ ସକାରାତ୍ମକ ଭବିଷ୍ୟତର ସ୍ୱପ୍ନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ଆମେ ବିଶ୍ୱକୁ ଏମିତି ଏକ ସ୍ଥାନ କରିବା ଉଚିତ୍ ଯେଉଁଠାରେ ଶାନ୍ତି, ସାଧାରଣ ନିୟମ, ସ୍ଥିର ଜଳବାୟୁ ଏବଂ ପ୍ରତ୍ୟେକ ଶିଶୁ ଯେଉଁଠାରେ ଉତ୍ପାଦନଶୀଳ ଓ ସୁରକ୍ଷିତ ଜୀବନ ଯାପନ କରିପାରିବେ।ସେ UNSCକୁ ଅଧିକ ଗଣତନ୍ତ୍ରୀକ, ପ୍ରତିନିଧିତ୍ୱକାରୀ, ପ୍ରଭାବଶାଳୀ ଓ କାର୍ଯ୍ୟକ୍ଷମ କରିବାକୁ ସୁପାରିଶ କରିଛନ୍ତି।

ଏହି ଆହ୍ୱାନରେ ଜାତିସଂଘର ମହାସଚିବ ଆନ୍ଟୋନିଓ ଗୁଟେରେସଙ୍କ UN80 ଉଦ୍ୟମକୁ ମଧ୍ୟ ସମର୍ଥନ ଦିଆଯାଇଛି ଯାହା ଶାନ୍ତି, ସ୍ଥାୟୀ ବିକାଶ ଓ ଜଳବାୟୁ କାର୍ଯ୍ୟକ୍ରମରେ ଜାତିସଂଘର ନୈତିକ ପ୍ରାଧାନ୍ୟକୁ ମଜବୁତ କରିବ। ବର୍ତ୍ତମାନର UNSCରେ ସ୍ଥାୟୀ ସଦସ୍ୟମାନଙ୍କ ଭିତରେ ଅମେରିକା, ରୁଷ, ଚୀନ, ଫ୍ରାନ୍ସ ଓ ଇଂଲଣ୍ଡ ରହିଛନ୍ତି। ଏହି ଦେଶମାନଙ୍କ ପାଖରେ ଭିଟୋ ଅଧିକାର ରହିଛି। ଜର୍ମାନୀ ଓ ବ୍ରାଜିଲ୍‌ ମଧ୍ୟ ସ୍ଥାୟୀ ସଦସ୍ୟତା ପାଇଁ ମଜବୁତ ଦାବିଦାର ଭାବେ ସାମ୍ନାକୁ ଆସିଛନ୍ତି। ଭୁଟାନର ଭାରତ ପକ୍ଷରେ ସମର୍ଥନ UNSC ସୁଧାର ପାଇଁ ବିଶ୍ୱବ୍ୟାପୀ ଚାପକୁ ଉଜାଗର କରିଛି।