ନୂଆଦିଲ୍ଲୀ, ୪/୧୧ : ରବିଚନ୍ଦ୍ରନ ଅଶ୍ବିନଙ୍କୁ କ୍ରିକେଟ ମୈଦାନରେ ଫେରିବା ଲାଗି ଅପେକ୍ଷା କରିବାକୁ ପଡ଼ିବ । ସେ ବିଗ୍ ବେଶ ଲିଗର ଆଗାମୀ ସିଜନରେ ଖେଳିବାରେ ଥିଲେ । କିନ୍ତୁ ଆହତ କାରଣରୁ ବାହାର ହୋଇଯାଇଛନ୍ତି । ଅଶ୍ବିନ ନିଜେ ସୋସିଆଲ ମିଡ଼ିଆରେ ଏକ ଲମ୍ବା ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି କି, ସେ ସିଡନୀ ଥଣ୍ଡର ଲାଗି ଖେଳିପାରିବେ ନାହିଁ । ଅଶ୍ବିନ, ସିଡନୀ ଥଣ୍ଡର ଲାଗି ପୂରା ସିଜନ ଖେଳିବାରେ ଥିଲେ । ମୈଦାନରେ ଓହ୍ଲାଇବା ମାତ୍ର କେ ସେ ଭାରତର ଏଭଳି ପ୍ରଥମ ପୁରୁଷ କ୍ରିକେଟର ହୋଇଥାନ୍ତେ ଯିଏ ବିବିଏଲରେ ଖେଳିଛନ୍ତି । ଅଶ୍ବିନଙ୍କ ଆଣ୍ଠୁରେ ଆଘାତ ଲାଗିଛି । ସେ ଯଦି ଖୁବଶୀଘ୍ର ରିକୋଭରି କରିପାରିବେ ତ ସିଡନୀ ଥଣ୍ଡର ମଧ୍ୟ ସିଜନ ତାଙ୍କୁ ଖେଳିବାକୁ ଡାକିପାରେ ।
ସୋସିଆଲ ମିଡ଼ିଆରେ ଜାରି ଷ୍ଟେଟମେଣ୍ଟ ମାଧ୍ୟମରେ ରବିଚନ୍ଦ୍ରନ ଅଶ୍ବିନ କହିଛନ୍ତି କି, ଚେନ୍ନାଇରେ ବିବିଏଲର ଆଗାମୀ ସିଜନର ପ୍ରସ୍ତୁତି କରି ମୋତେ ଆଣ୍ଠୁରେ ଆଘାତ ଲାଗିଛି । ମୁଁ ଯାଞ୍ଚ କରିଛି, ଯାହାର ଫଳ ସୂରୁପ ଏହା ବାହାରିଛି କି ମୁଁ ବିବିଏଲ ୧୫ରେ ଖେଳିପାରିବ ନାହିଁ । ମୋତେ ଏଭଳି କହିବାରେ ଦୁଃଖ ଲାଗୁଛି, କାରଣ ମୁଁ ଅଷ୍ଟେ୍ରଲିଆ ଫ୍ୟାନ୍ସଙ୍କ ସାମ୍ନାରେ ଖେଳିବାକୁ ବହୁତ ଉତ୍ସାହିତ ଥିଲି।
ଅଶ୍ବିନ କହିଛନ୍ତି କି, ସେ ରିକବରୀ ପରେ ନିଶ୍ଚିତ ଫେରିବାକୁ ଚାହିଁବେ । ଆହତ ପରେ ବି ତାଙ୍କୁ ସିଡନୀ ଥଣ୍ଡରର ଖେଳାଳୀ ଏବଂ ଷ୍ଟାଫଙ୍କ ସପୋର୍ଟ ମିଳିଛି। ଅଶ୍ବିନ କହିଛନ୍ତି କି ସେ ମୈଦାନରେ ଓହ୍ଲାଇପାରିବେ ନାହିଁ । କିନ୍ତୁ ଥଣ୍ଡରଙ୍କ ମହିଳା ଏବଂ ପୁରୁଷ ଟିମକୁ ଚିୟର ଅଫ୍ କରିବେ ।