ଭୁବନେଶ୍ବର,୨୧/୧୦ : ବିଦ୍ୟୁତ ଖୁଣ୍ଟରେ ଭାରସାମ୍ୟ ହରାଇ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ବିଲ ଝୁମ୍ପୁରା ମୁରୁସୁଆଁ ନିକଟରେ। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ମୁରୁସୁଆଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବଇକଟି ବିଦ୍ୟୁତ ଖୁଣ୍ଟରେ ଭାରସାମ୍ୟ ହରାଇ ହଠାତ୍ ପିଟି ହୋଇଯାଇଥିଲା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।