ପୋଲସରା,୧୫/୧୦ : ପୁଣି ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ବାବୁ l ବିଲ୍ କରି ଦେବା ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶ କୁମାର ବେହରାଙ୍କୁ ଧରିଛି ଭିଜିଲାନ୍ସ l ମାଛ ଜାଆଁଳା ବିଲ୍ କରିବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଫୋନ ପେରେ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବ୍ଲକ ପରିସର କାର୍ଯ୍ୟାଳୟରେ ଚଢଉ କରିଛି l

ଅନଲାଇନ ମାଧ୍ୟମରେ ବାବୁ ଲାଞ୍ଚ ନେଉଥିବା ସୂଚନା ମିଳିଥିବାବେଳେ ପୋଲସରା ସହର ବାପୁଜୀ ନଗରସ୍ଥିତ ଭଡ଼ା ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରି କାଗଜପତ୍ର ସହ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ l ପୋଲସରା କାର୍ଯ୍ୟାଳୟରୁ ନଗଦ ୫୦ହଜାର ଟଙ୍କା ଓ ରହୁଥୁବା ଭଡ଼ା ଘରୁ ୧ଲକ୍ଷ ଟଙ୍କା ଏହିପରି ମୋଟ୍ ୧ ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛିଏଥି ସହିତ ନିଜ ପୈତୃକ ଗ୍ରାମ ବରକୁଳରେ ଚଢ଼ଉ ଚାଲିଥିବା ସୂଚନା ମିଳିଛି ଚଢ଼ଉ ସମୟରେ ଭିଜିଲାନ୍ସ ବିଭାଗର ଡିଏସପି ବୈଦେହୀ ବେହେରା, ଆଇଆଇସି ସୌମ୍ୟ ପଣ୍ଡା ଓ ଶରତ ପାତ୍ର, ଏଏସଆଇ ସଂଜୀବ ରେଡି, ଦୁର୍ଗାପ୍ରସାଦ ହୋତା ପ୍ରମୁଖ ସାମିଲ ଥିଲେ ।