ସାହାଜପାଲ,୨/୯ : ବୌଦ୍ଧ ସଦର ବ୍ଲକ ବୌଦ୍ଧ ସୋନପୁର ୫୭ନଂ ଜାତୀୟ ରାଜପଥର ସାହାଜପାଲ ଛକଠାରୁ ମୁଣ୍ଡିପଦର ପଞ୍ଚାୟତର ମୁଣ୍ଡିପଦର ଓ ବଲାକିରା ଜାଲୋଇ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ରାସ୍ତାର କେତେକ ସ୍ଥାନରେ ଠିକା ସଂସ୍ଥା ଅଧପନ୍ତରିଆ ରାସ୍ତା ନିର୍ମାଣ କରି ଚୁପ ରହିଥିଲା ଠିକାଦାର। ଅଧପନ୍ତରିଆ ସ୍ଥାନ ଗୁଡ଼ିକରେ ଖାଲ ଖମାରେ ପରିଣତ ହୋଇଥିବାରୁ ଛୋଟବଡ଼ ସ୍ୱୀକାର ଦେଖିବାକୁ ମିଳୁଥିଲା। ଏ ନେଇ ଖବର ପ୍ରସାରଣ ପରେ ମଙ୍ଗଳବାର ସାହାଜପାଲ ଛକଠାରୁ ମୁଣ୍ଡି ପଦର ରାସ୍ତାରୁ ଜବରଦଖଲ ଚିହ୍ନଟ କରିଛି ବୌଦ୍ଧ ତହସିଲ ପ୍ରଶାସନ l
ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କେତେକ ସ୍ଥାନରେ ଜବରଦଖଲ ଯୋଗୁଁ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ସେଥିପାଇଁ ବିଭାଗ ପକ୍ଷରୁ ଅଭିଯୋଗ ହେବା ପରେ ଆଜି ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ବୌଦ୍ଧ ତହସିଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରାଙ୍କ ନେତୃତ୍ବରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଜବରଦଖଲ ଚିହ୍ନଟରେ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରା, ରେଭିନ୍ୟୁ ସୁପରଭାଇଜର ଅମିତ ମଲ୍ଲିକ, ତେଲିବନ୍ଧ ଆରଆଇ ଇନ୍ଦ୍ରାଣୀ ଦଣ୍ଡ ସେନା, ଗୁନ୍ଦୁଳିଆ ଆରଆଇ ସୁଜିତ ସାହୁ, ବୌଦ୍ଧ ତହସିଲ ଅମିନ ବିନୋଦିନୀ ସାହୁ, ମତିନ ପ୍ରଧାନ, ହରେକୃଷ୍ଣ ମହାକୁଡ଼, ବାଉଁଶୁଣି ପଲିସ, ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଜବରଦଖଲ ଚିହ୍ନଟ ହୋଇଥିଲା। ଜବରଦଖଲକାରୀ ଜବରଦଖଲ ଜାଗାକୁ ଛାଡ଼ିବା ପାଇଁ କୁହାଯାଇଛି ।