ଭୁବନେଶ୍ୱର, ୧୮/୧୦ : ଦୀପାବଳି ପୂର୍ବରୁ ଅମାନିଆଙ୍କୁ କଡ଼ା ଚେତାବନୀ। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ରାତି ୯ଟା ପରେ ବାଣଫୁଟା ସମ୍ପୂର୍ଣ୍ଣ ବନ୍ଦ ରହିବ। ସବୁଜ ବାଣ ଫୁଟାଇବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ଦୀପାବଳି ରାତିରେ ମଦ ପିଇ ଗାଡ଼ି ଚଳାଇଲେ ଉଠାଇ ନେବ ପୁଲିସ। ଗାଡ଼ିକୁ ଜବତ କରି ନେଇଯିବ ପିସିଆର ଭ୍ୟାନ୍। ସବୁ ଥାନାକୁ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶ। 

ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସ ପ୍ରାପ୍ତ ବାଣ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ। କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଆଇନ୍‌ ମୁତାବକ, କେବଳ ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ସ୍‌ ସେଫଟି ଅର୍ଗାନାଇଜେସନ(ପେସୋ) ଅନୁମୋଦିତ ସବୁଜ ବାଣ ବିକ୍ରିର ଅନୁମତି ଅଛି । ପ୍ରାୟ ୧୨୫ ଡେସିବାଲରୁ କମ୍‌ ଶବ୍ଦଯୁକ୍ତ ବାଣ ବିକ୍ରି କରାଯାଇପାରିବ।