ଭୁବନେଶ୍ୱର,୩୧/୧୦: ସର୍ଦ୍ଦାର ବଲ୍ଲଭ ଭାଇ  ପଟେଲ୍‌ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଦେଶ  ଏକତା ଦିବସରୂପେ ପାଳନ କରାଯାଉଛି। ଏହି ଅବସରରେ  ରାଜ୍ୟବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସକାଳ ୭ଟାରେ  ଏକତା ଦୌଡ଼କାର୍ଯ୍ୟକ୍ରମ ଅନୁଷ୍ଠିତ  ହେଉଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଯୋଗ ଦେଇଥିଲେ। ଏଥିରେ ଯୋଗ  ଦେଇ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ  କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ସହିତ ରନ୍‌ ଫର୍‌ ୟୁନିଟି ଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗଣଦୌଡ଼ରେ ସାମିଲ ହୋଇଥିଲେ।

 

ଏକ୍ସରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଭାରତର  ଜାତୀୟ ଜୀବନର ମୂଳରେ ଥିବା ବିବିଧତା ହିଁ ଏ  ଦେଶର ପ୍ରକୃତ ଆତ୍ମା । ଭାଷା, ସଂସ୍କୃତି, ଧର୍ମ ଓ  ପରମ୍ପରାର ଏହି ବିଶାଳ ସମାହାରକୁ ଏକ ଅଖଣ୍ଡ  ସୂତ୍ରରେ ବାନ୍ଧିବାର ଅସାଧାରଣ କାର୍ଯ୍ୟ କରିଥିଲେ  ସର୍ଦ୍ଦାର ପଟେଲ୍‌ । ସ୍ୱାଧୀନତା ପରେ ବିଭିନ୍ନ ପ୍ରଦେଶକୁ  ଏକତ୍ରିତ କରି ଆଧୁନିକ ଭାରତର ନିର୍ମାଣ କରିବା  ତାଙ୍କର ଦୂରଦର୍ଶୀ ନେତୃତ୍ୱର  ପରିଚୟ । ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସେହି ଏକତା  ଦୃଷ୍ଟିକୋଣକୁ ସକ୍ରିୟ ଭାବରେ  ଆଗକୁ ବଢ଼ାଉଛନ୍ତି ।  ରାଷ୍ଟ୍ରୀୟ ଏକତା ଦିବସ । ଏକତା  ଦୌଡ଼' (ରନ୍‌ ଫର୍‌ ୟୁନିଟି) ଭଳି କାର୍ଯ୍ୟକ୍ରମ ସମଗ୍ର  ଦେଶର ଜନସାଧାରଣଙ୍କୁ ଏକାଠି କରିଥାଏ । ତେଣୁ  ନ୍ତୁ ଏହି ଏକତା ଦୌଡ଼'ରେ ଯୋଗଦେଇ  ଏକ ଭାରତ ଶ୍ରେଷ୍ଠ ଭାରତ'ର ଭାବନାକୁ ସୁଦୃଢ଼  କରିବା ବୋଲି ଲେଖି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ  ଆହ୍ୱାନ କରିଥିଲେ।