ଭୁବନେଶ୍ବର,୪/୧୦ : କର୍ଣ୍ଣାଟକରୁ ଓଡ଼ିଶା ସହ ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ  ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।

ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ବର୍ଷରୁ କମ୍ ପିଲାଙ୍କୁ କଫ ସିରଫ ସମ୍ପୂର୍ଣ୍ଣ ବ୍ୟାନ କରାଯାଇନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ଦେଇପାରିବେ। ବରଗଡ଼କୁ ଆସିଥିବା ୧୩୦ଫ ସିରଫ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସରକୁଲାର ଜାରି କରାଯାଇଛି । ଲୋକାଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ ନିଆଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । ବର୍ତ୍ତମାନ ସୁଧା ଆମ ରାଜ୍ୟରେ କଫ ସିରଫକୁ ନେଇ କୌଣସି ସାଇଡ଼ ଇଫେକ୍ଟ ହୋଇନାହିଁ । ତାହାସହ ଆମେ ଟାକ୍ସ ଫୋର୍ସ ସହାୟତାରେ ଚଢାଓ ଜାରି ରଖିଛୁ । ଆଗକୁ ରହିବ ବୋଲି କହିଛନ୍ତି ଭେଷଜ ନିୟନ୍ତ୍ରକ ମମିନା ପଟ୍ଟନାୟକ