​​​​​​​କେନ୍ଦୁଝର ସଦର,୨୨/୧୦(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଅଲେଖାପଡ଼ା ଗ୍ରାମର ୨୮ବର୍ଷର ପୁରୁଣା ସାଙ୍ଗ ଗଣେଶ୍ଵର ମହାନ୍ତଙ୍କ ମାଆ ଉମାମଣି ମହାନ୍ତ (୭୫) ଅସୁସ୍ଥ ଅଛନ୍ତି। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣେଶ୍ୱର ମହାନ୍ତଙ୍କ ବାସଭବନକୁ ଆସି ଉମାମଣିଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ଉମାମଣି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ଅଛନ୍ତି। ଉମାମଣି ମୁଖ୍ୟମନ୍ତ୍ରୀଙ୍କୁ ଛୋଟ ବେଳରୁ ପୁଅ ଭଳି ସ୍ନେହ ଆଦର କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପାଇ ଉମାମଣି ବହୁତ ଖୁସି ଅନୁଭବ କରିଛନ୍ତି।ଗୁମୁରା ମଣ୍ଡଳ ପୁର୍ବତନ ସଭାପତି ସୁନିଲ ମହାନ୍ତ, ଧନୁର୍ଜୟ ମହାନ୍ତ ,ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ବିରଜା ମିଶ୍ର, ବେଣୁଧର ମହାନ୍ତ, ମଦର୍ ହୁସେନ, ମୂଜାହିଦ ହୁସେନ, ଗୀତାଞ୍ଜଳି ମହାନ୍ତ ,ବଳଭଦ୍ର ମହାନ୍ତ, ଲମ୍ବୋଦର ମହାନ୍ତ, ଅନିଦ୍ୟ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।