ପାରାଦୀପ,୦୫/୧୧: ପାରାଦୀପ ହେବ ଗ୍ରୀନ୍ ହାଇଡ୍ରୋଜେନ୍ର ହବ୍ । କେବଳ ଜଳ ଓ ସ୍ଥଳ ପଥ ନୁହେଁ, ଆକାଶ ପଥରେ ମଧ୍ୟ ପାରାଦୀପକୁ ସଂଯୋଗ ଫିଟିବ । ମଙ୍ଗଳା ନଦୀରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯାଇ ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ । ପାରାଦୀପର ବିକାଶ ପାଇଁ ମଙ୍ଗଳବାର ଏଭଳି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପାରାଦୀପଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳାପାଲଟିଛି । ଓଡ଼ିଶାର ଅର୍ଥନୈତିକ ପ୍ରଗତିରଦ୍ୱାରଦେଶ ସାଜିଛି । ଓଡ଼ିଶାକୁ ପାରାଦୀପମାଧ୍ୟମରେ ସମୃଦ୍ଧ କରାଯିବ । ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଗତବର୍ଷ ମୁଁ ଏହି କଳିଙ୍ଗ ବାଲିଯାତ୍ରାକୁ ଆସିଥିଲି । ସେତେବେଳେ କହିଥିଲି ପାରାଦୀପରେ ଏକଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇ ଏହାର ବିକାଶ ହେବ । ଆଜି ପୁଣି ଆସିଛି । ଇତିମଧ୍ୟରେ ପାରାଦୀପରେ ଏକ ଲକ୍ଷ ୪୫ହଜାର କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ ସରିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରାଓ ସଂସ୍କୃତିର ଗୌରବୋଜ୍ୱଳ ଉତ୍ସବ । ଏହାଆମକୁ ମନେପକାଇ ଦିଏ ଯେ ଆମ ପୂର୍ବଜମାନେସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କର ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ । ପାରାଦୀପ ବନ୍ଦରଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ଯାହା ଆଜିଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ର ବିନ୍ଦୁ ହୋଇପାରିଛି ।ପାରାଦୀପ ଓଡ଼ିଶାର ବିକାଶର ଏକ ଅଭିନ୍ନ ଅଙ୍ଗ । ପାରାଦୀପରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ବିକାଶର ଏକ ଉତ୍କୃଷ୍ଟ ଉଦାହରଣ । ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ ।ଆଜିଠାରୁ ହେଉଥିବା ଏହି ମହାମେଳା ତଥା ଯାତ୍ରାରେ ରାଜ୍ୟତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ । ଏହା ଆମର ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକସମ୍ଭାବନା ସୃଷ୍ଟି କରିବ । ଆମ ଶିଳ୍ପୀମାନଙ୍କୁ ସଶକ୍ତ କରିବା,ତାଙ୍କ କାରିଗରି ଓ କୌଶଳକୁ ନୂଆ ବଜାର ଯୋଗାଇବା, ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । \
ରାଜ୍ୟ ସରକାରଙ୍କ ବନ୍ଦର ଭିତ୍ତିକ ଉନ୍ନତି ବିଷୟରେ ସୂଚନାଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପାରାଦୀପ ବନ୍ଦର ପୂର୍ବ ଭାରତରଏକ ବଡ ବ୍ୟାବସାୟିକ ବନ୍ଦର । ବନ୍ଦର ସହିତ ପାରାଦୀପରସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର କାର୍ଯ୍ୟକରିବେ । ପାରାଦୀପକୁ କେବଳ ଶିଳ୍ପ ସମୃଦ୍ଧ ଅଞ୍ଚଳ ରୂପେଗଢାଯିବନି । ପାରାଦୀପରେ ଗ୍ରୀନ ଫିଲ୍ଡ୍ ବିମାନ ବନ୍ଦର ପ୍ରତିଷ୍ଠାକରାଯିବ । ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓପୁରୀକୁ ନେଇ ଏକ ମହାନଗରୀ ବିକଶିତ କରାଯିବ । ଏହାଛଡ଼ାଏଠାରେ ଶିଳ୍ପ କରିଡର୍ ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକଯୋଜନା ଆମର ରହିଛି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ବିଶେଷକରି ପାରାଦୀପ ଅଞ୍ଚଳର ଅଭୂତପୂର୍ବ ବିକାଶ ଘଟିବ ।ଏହି ବିକାଶ ପାଇଁ ଡବଲ୍ ଇଞ୍ଜିନ୍ ସରକାର ଡବଲ୍ ଗତିରେ କାମକରିବ । ଆପଣମାନେ ଜଗତସିଂହପୁର ଜିଲ୍ଲାକୁ ପ୍ରକୃତରେ ଟ୍ରିପଲ୍ଇଞ୍ଜିନ୍ରେ ପରିଣତ କରିଛନ୍ତି । ପ୍ରାୟ ସମସ୍ତ ଜନପ୍ରତିନିଧିଙ୍କୁ ମଧ୍ୟଆପଣ ରାଜ୍ୟ ସରକାରଙ୍କ ସହିତ ଯୋଡ଼ିଛନ୍ତି । ଏହାର ପ୍ରଭାବବି ଦେଖିବାକୁ ମିଳୁଛି ।
ବିଶ୍ୱର ବଡ ବଡ କମ୍ପାନୀମାନେ ଏଠାରେନିଜ ନିଜର ଶିଳ୍ପ ପ୍ରତିଷ୍ଠା କରିଛନ୍ତି କିମ୍ବା ଏଥିପାଇଁ ଆଗ୍ରହ ପ୍ରକାଶକରୁଛନ୍ତି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା, ବିଶେଷଭାବେ ପାରାଦୀପ ଓ ଏହାର ଆଖପାଖ ଆଞ୍ଚଳ ଦ୍ରୁତ ଶିଳ୍ପାୟନ ଦେଖିବ । ଶିଳ୍ପାୟନ ହେଲେ, ରୋଜଗାର ସୃଷ୍ଟି ହେବ ଏବଂ ଏଠାକାର ଅର୍ଥନୀତିକୁ ବଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ଓ ଦକ୍ଷତା ବିକାଶମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମେଳାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀପ୍ରତିଶ୍ରୁତିବଦ୍ଧ । ଆମ ସରକାର କ୍ଷମତାକୁ ଆସିବା ଦିନଠାରୁ ହିଁଏହା କାମରେ କରି ଦେଖାଉଛନ୍ତି । କାର୍ଯ୍ୟକ୍ରମରେ ଜଗତସିଂହପୁରସାଂସଦ ଡ. ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତଭୋଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି. ଏଲ୍. ହରନାଦ୍ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଜେ. ସୋନାଲ୍ ସ୍ୱାଗତଭାଷଣ ଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାରବର୍ମା ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କଅଧିକାରିଣୀ ପ୍ରତିଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।