ନୂଆଦିଲ୍ଲୀ,୨୩/୦୯: H-1B ବନାମ K-ଭିସା । ଆମେରିକାକୁ ଟକ୍କର ଦେଇଛି ଚୀନ । ଆମେରିକା ଏଚ-୧ବି ଭିସା ଟେନ୍‌ସନ ଭିତରେ ଚୀନ ଆରମ୍ଭ କରିଛି କେ-ଭିସା । ଆମେରିକା ତାର ବୃତ୍ତିଗତଙ୍କ ପାଇଁ ଏଚ-୧ବି ଭିସା ଫି ୬ ଲକ୍ଷରୁ ୮୮ ଲକ୍ଷକୁ ବୃଦ୍ଧି କରିଛି । ଆମେରିକାକୁ ଟକ୍କର ଦେଇ ଚୀନ ଆଣୁଛି ନୂଆ କେ-ଭିସା । ୟୁଏସ୍‌କୁ ଝଟକା ଦେବାକୁ ଚୀନର ଏ ନୂଆ ପ୍ଲାନ କଣ  ? ଜାଣିବାକୁ ପଢନ୍ତୁ ପୁରା ରିପୋର୍ଟ ।

K-ଭିସା କ'ଣ ? ବିଶ୍ୱର ସବୁଠୁ ଆର୍ଥିକ ମହାଶକ୍ତି ଆମେରିକା ଦ୍ୱାରା ଏଚ-୧ବି ଭିସା ପାଇଁ ୧,୦୦,୦୦୦ ଡଲାର ଶୁଳ୍କ ଥୋପିଛନ୍ତି । ଯାହାକୁ ନେଇ ହଲଚଲ ଦେଖିବାକୁ ମିଳିଛି । ବିଶେଷ କରି ଭାରତୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ପଡୋଶୀ ଚୀନ ଗ୍ଲୋବାଲ ଟ୍ୟାଲେଣ୍ଟକୁ ଦେଶକୁ ଆଣିବାକୁ ନୂଆ ପ୍ଲାନ କରିଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଚୀନ ବିଶେଷ କରି K-ଭିସା ଯୁବପିଢି ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ (STRM) କ୍ଷେତ୍ରରେ ଦକ୍ଷ ବୃତ୍ତିଗତଙ୍କ ପାଇଁ ଲାଗୁ ହେବ । ଅକ୍ଟୋବର ପହିଲାରୁ ଜାରି ହେବ । ଉପରୋକ୍ତ ବିଷୟରେ ଗବେଷଣା କରୁଥିବା ପ୍ରାର୍ଥୀମାନେ ମଧ୍ୟ K-ଭିସା ପାଇଁ ଆବେଦନ କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ କମ୍ପାନୀରୁ ଚାକିରି ପ୍ରସ୍ତାବ ନଥିଲେ ମଧ୍ୟ ସେମାନେ ଏହି ଭିସା ଆବେଦନ କରିପାରିବେ । ଚୀନ କେ-ଭିସାକୁ ଏଚ-୧ବିର ବିକଳ୍ପ ଭାବରେ ବିଚାର କରାଯାଉଛି । ଗତ ମାସରେ ସୀକୃତି ପାଇଥିବା ନିଷ୍ପତ୍ତି ଅନୁସାରେ, ବିଦେଶୀଙ୍କ ଏଣ୍ଟ୍ରୀ ନେଇ ପ୍ରଶାସନ ଏହି ଭିସା ନିମୟରେ ସଂଶୋଧନ କରିଛି । ଆମେରିକା ଏଚ-୧ବି ଆବେଦକଙ୍କ ପାଇଁ ୮୮ ଲକ୍ଷ ବାର୍ଷିକ ଶୁଳ୍କର ଘୋଷଣା କରିଛି । ଯାହା ଫଳରେ ଭାରତୀୟ ଟେକ୍‌ କର୍ମଚାରୀ ଏବଂ ଆଇଟି ସେବା କମ୍ପାନୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ସମୟରେ ଚୀନର ନୂଆ ଭିସା ସିଷ୍ଟମ ଭାରତୀୟଙ୍କ ପାଇଁ ନୂଆ ବାଟ ଫିଟାଇବ । ଯାହା ଆମେରିକା ପାଇଁ ଝଟ୍‌କା ପ୍ରମାଣିତ ହୋଇପାରେ । 

H-1B ଭିସା- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ H-1B ଭିସାର ଶୁଳ୍କ ୬ ଲକ୍ଷରୁ ବଢାଇ ୮୮ ଲକ୍ଷକୁ ବୃଦ୍ଧି କରିଛନ୍ତି ।  ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ, ଆମେରିକା ଯିବାକୁ ସ୍ୱପ୍ନ ଦେଖୁଥିବା ସମସ୍ତଙ୍କ ପାଇଁ ଝଟକା ପରି ହୋଇଛି । ଏହା କେବଳ ନୂଆ ଏଚ୧-ବି ଭିସା ଆବେଦନକାରୀଙ୍କ ପାଇଁ ଲାଗୁ ହେବ । ଏଯାବତ୍‌ ଏଚ୍‌-୧ବି ଭିସା ଆବେଦନ ଫି’ ପାଇଁ ହାରାହାରି ୬ ଲକ୍ଷ ଟଙ୍କା ଲାଗୁଥିଲା । ଏହା ୩ ବର୍ଷ ପାଇଁ ବୈଧ ରହୁଥିଲା । ଏହାକୁ ୩ ବର୍ଷ ପାଇଁ ରିନ୍ୟୁ କରାଯାଉଥିଲା । ଏବେ ଆମେରିକାରେ ଏଚ୍‌-୧ବି ଭିସା ପାଇଁ ୬ ବର୍ଷରେ ଲାଗିବ ୫.୨୮ କୋଟି ଟଙ୍କା । ଅର୍ଥାତ୍‌ ଖର୍ଚ୍ଚ ୫୦ ଗୁଣାରୁ ଅଧିକ ବଢ଼ିଯିବ । ଆମେରିକା ସରକାର ପ୍ରତିବର୍ଷ ଲଟେରି ଦ୍ୱାରା ୮୫,୦୦୦ ଏଚ୍‌୧ବି ଭିସା ଜାରି କରନ୍ତି, ଯାହାର ସର୍ବାଧିକ ବ୍ୟବହାର ଟେକ୍‌ ନିଯୁକ୍ତିରେ ହୋଇଥାଏ । ସବୁଠୁ ଅଧିକ ଭାରତୀୟ (୭୨%) ଏହାର ବ୍ୟବହାର କରନ୍ତି । ଏବେ ଭିସା ଫି’ବଢ଼ିବା ଦ୍ୱାରା ୩ ଲକ୍ଷରୁ ଅଧିକ ଭାରତୀୟଙ୍କ ଉପରେ ସିଧା ପ୍ରଭାବ ପଡ଼ିବ । ପ୍ରତିବର୍ଷ ଭିସା ପାଇଁ ଫି’ ଦେବାକୁ ପଡ଼ିବ ନାହିଁ । ବର୍ଷକୁ ଥରେ ମାତ୍ର ଏଚ୍‌-୧ବି ଭିସା ପାଇଁ ଫି ଦେବାକୁ ପଡ଼ିବ । କେବଳ ନୂଆ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ କରିଛି ଆମେରିକା ।