ନୀଳଗିରି,୧୪/୯: ଶିକାରୀ ସାବଧାନ।  କୁଳଡିହା ଅଭୟାରଣ୍ୟ ଆରମ୍ବ ହୋଇଛି ଜୋରଦାର କମ୍ବିଂ ଅପରେସନ। ବାଲେଶ୍ଵରର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ  ନେତୃତ୍ୱରେ ଆରମ୍ଭ ହୋଇଛି କମ୍ବିଂ ଅପରେସନ। କୁଳଡିହା ଅଭୟାରଣ୍ୟ ଚାରିପଟୁ ୪ଟି ଟିମ ବନ୍ଧୁକ ଧରି କମ୍ବିଂ  ଅପରେସନ ଆରମ୍ବ କରି କୂଳଡିହାର ଅଗ୍ରଭାଗ ମଣ୍ଡଳେଶ୍ୱରୀ ଠାରେ ପହଞ୍ଚିଥିଲେ। ପରେ ସେଠାରେ ପୂଜାର୍ଚ୍ଚନା କରିବା ପରେ ପୁଣି ତଳକୁ ଓହ୍ଲାଇଥିଲେ ବନ କର୍ମଚାରୀ।

ହଠାତ ଏହି ଅପରେସନ ଆରମ୍ବ ହୋଇଥିବା ବେଳେ ଶିକାରୀ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି।ଏହି ପାଟ୍ରୋଲିଂ ରେ ଡିଏଫଓ ଶ୍ରୀ ମଲ୍ଲିକ,ଏସିଏଫ ଶୋଭନ ଦିଗନ୍ତ ଚାନ୍ଦ ଓ ତଟିନି ସେଠୀ,କୁଳଡିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ସୁବ୍ରତ କୁମାର ବେହେରା,ସୋର ରେଞ୍ଜ ଅଧିକାରୀ ସମେତ କୁଳଡିହାର ସମସ୍ତ କାର୍ଯ୍ୟରତ ଫରେଷ୍ଟର,ଗାର୍ଡ,ସବୁଜ ବାହିନୀ ମାନେ ସାମିଲ ଥିଲେ।

ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ବନ କର୍ମଚାରୀ ମାନେ ମାସକୁ ଘଞ୍ଚଜଙ୍ଗଲରେ ୧୦୦ କିଲୋମିଟର ଚାଲି ପାଟ୍ରୋଲିଂ କରିବେ। ସବୁଜବାହିନୀ ଗାର୍ଡ ୧୦୦ କିଲୋମିଟର ଚାଲିବା ସହ,ଫରେଷ୍ଟର ୭୫ କିଲୋମିଟର,ରେଞ୍ଜର ୫୦ କିଲୋମିଟର,ଏସିଏଫ ୨୫କିଲୋମିଟର, ନିଜେ ଡିଏଫଓ  ୧୫ କିଲୋମିଟର ଜଙ୍ଗଲରେ ଚାଲି ଜୀବଜନ୍ତୁ ଗତିବିଧି ଉପରେ ଲକ୍ଷ୍ୟ କରିବା ସହ ଶିକାରୀଙ୍କୁ ରୋକଦେବେ।