ଜହ୍ନlପଙ୍କ, ୨/୯ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତରେ ଖାଉଟିଙ୍କୁ ପିଡିଏସ ଚାଉଳ ମିଳୁନଥିବା ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ହିତାଧିକାରୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ପିଡିଏସ ଚାଉଳ ପାଇଁ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫେରି ଯାଉଛନ୍ତି l କରେଣ୍ଟ ନାହିଁ, ନେଟ ଆସୁନାହିଁ, ଚାଉଳ ନ ଥିବା ଆଦି ବିଭିନ୍ନ ବାହାନାରେ ହିତାଧିକାରୀମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ।
ଫଳରେ ବାରମ୍ବାର ହଇରାଣ ହେବା ପରେ ଆଜି ଦୁର ଦୂରାନ୍ତରୁ ଚାଉଳ ପାଇଁ ବର୍ଷାରେ ଭିଜି ଭିଜି ଆସିଥିବା ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଓ ଚାଉଳ ପ୍ରଦାନ ପାଇଁ ଦାବି କରିଛନ୍ତି।