ଭୁବନେଶ୍ବର, ୧୭/୯ : ମୌସୁମୀ ଅଧିବେଶନରେ କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ । ସରକାର ସବୁ କ୍ଷେତ୍ରରେ ଅବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ କଂଗ୍ରେସ ବିଧାନସଭାରେ ଆଣିବ ଅନାସ୍ଥା ପ୍ରସ୍ତାବ । ଏ ନେଇ ବୁଧବାର ବସିଥିବା  କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ନାରୀ ଧର୍ଷଣ, ସାର ପାଇଁ ପ୍ରବଳ ଅଭାବ, ଦୁଇ ଗୁଣ ଅଧିକା ଦାମରେ ସାର କିଣୁଛି ଚାଷୀ ଇନ୍ସୁରାନ୍ସ ପଇସା ଚାଷୀଙ୍କୁ ମିଳୁନି ଧାନ କଟନୀ ଛଟନୀ ହେଇଥିଲା, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏବଂ ଅବହେଳା ଦେଖାଦେଇଛି । ଛାତ୍ର ସଂସଦ ନିର୍ବାଚନ ଘୋଷଣା ନ ହେବା ସ୍ୱଚ୍ଛ ପାଣି ନ ମିଳିବାରୁ ୧୧ଜିଲ୍ଲାରେ ହଇଜା ଏ ସବୁ ସମସ୍ୟା ରହିଛି କଂଗ୍ରେସ ବିଧାନସଭାରେ ଏ ସବୁ ପ୍ରସଙ୍ଗ ଉଠାଇ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ନେଇଛି