ରାଉରକେଲା, ୮/୧୦ : ପେଟ୍ରୋଲ୍ ପାଇଁ ବାଇକ୍ ଚୋରି। ଗାଡିରେ ପେଟ୍ରୋଲ ପକାଇବାକୁ ଟଙ୍କା ହେଉନଥିଲା, ସେଥିପାଇଁ ବିଭିନ୍ନ ଜାଗାରୁ ବାଇକ୍ ଚୋରି କରି ବୁଲୁଥିଲା ଚୋର। ଯେଉଁଠି ତେଲ ସରୁଥିଲା ସେଠାରେ ଛାଡ଼ି ଚାଲି ଯାଉଥିଲା। ପେଟ୍ରୋଲ ପାଇଁ ଗତ ୬ ମାସ ହେଲା ବାଇକ୍ ଚୋରି କରୁଥିବା ଏଭଳି ଜଣେ ଚୋରକୁ ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାଁ ଅକ୍ଷୟ କୁମାର ବାରିକ ବୋଲି ଜଣାପଡ଼ିଛି। ତା ପାଖରୁ ୯ଟି ଚୋରି ବାଇକ୍ ଜବତ କରାଯାଇଛି।
ସୂଚନାନୁଯାୟୀ, ଅକ୍ଷୟ କୁମାର ବାରିକ ପେଶାରେ ଜଣେ ଠିକା ଶ୍ରମିକ। ବାଇକ୍ରେ ପେଟ୍ରୋଲ ପକାଇବାକୁ ପାଖରେ ଟଙ୍କା ନଥିବାରୁ ସେ ଗତ ୬ ମାସ ହେଲା ବାଇକ୍ ଚୋରି କରୁଥିଲା। ଯେଉଁଠି ତେଲ ସରୁଥିଲା ସେଠାରେ ବାଇକ୍ ଛାଡ଼ି ଚାଲିଯାଉଥିଲା। ପୁଣି ଆଉ ଗୋଟିଏ ବାଇକ୍ ସନ୍ଧାନରେ ଘୂରି ବୁଲୁଥିଲା। ଶେଷରେ ଏହି ବାଇକ୍ ଚୋରକୁ ଧରିବାରେ ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ପୁଲିସ ସଫଳ ହୋଇଛି। ଅକ୍ଷୟ କୁମାର ପାଖରୁ ୯ଟି ଚୋରି ବାଇକ୍ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଆରଏସପି ପ୍ରଶାସନିକ କାର୍ଯ୍ୟାଳୟ ସମୁଖରୁ ସବୁତକ ବାଇକ ଚୋରି କରିଥିବା ଜଣାପଡ଼ିଛି। ଏନେଇ ଜୋନାଲ ଡିଏସପି ଅମରେନ୍ଦ୍ର ଷଣ୍ଢ ସୂଚନା ଦେଇଛନ୍ତି।