ଆଜିକାଲି ପ୍ରାୟ ଲୋକ ଏସିଡ୍ ସମସ୍ୟା ଭୋଗୁଛନ୍ତି । କିଛି ଲୋକ ଏସିଡ୍ ସମସ୍ୟାରେ ଥିବା ବେଳେ ଥଣ୍ଡା ପାଣି ପିଇବାକୁ ଗୁରୁତ୍ୱ ଦେଇଥାନ୍ତି । କେବେ ଭାବିଛନ୍ତି ଏସିଡ୍ ସମସ୍ୟା ପାଇଁ ଥଣ୍ଡା ପାଣି କେତେ ଲାଭଦାୟକ? ଚାଲନ୍ତୁ ଜାଣିବା ଡାକ୍ତରଙ୍କ ମତ । ଖରାପ ଡାଏଟ୍ ଓ ଜୀବନଶୈଳୀର ପ୍ରଭାବ ହଜମ ପ୍ରକ୍ରିୟା ଉପରେ ବେଶୀ ପ୍ରଭାବ ପକାଇଥାଏ । ବ୍ୟକ୍ତି ମାତ୍ରାଧିକ ତେଲ ମସଲା ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଫଳରେ ପେଟ ଭିତରେ ଅଧିକ ବାଇଲ ଜୁସ୍ ଉତ୍ପାଦିତ ହୋଇଥାଏ, ଯାହା ପେଟକୁ ଅଧିକ କ୍ଷତି ପହଞ୍ଚାଇଥାଏ । କେବଳ ସେତିକି ନୁହେଁ, ଖରାପ ନିଦ କାରଣରୁ ମଧ୍ୟ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । କିନ୍ତୁ ସମସ୍ୟା ସେତେବେଳେ ଉପୁଜେ, ଯେତେବେଳେ ଗ୍ୟାସ୍ ସମସ୍ୟା ଦୀର୍ଘ ଦିନ ରହିବା ପରେ ଏସିଡ୍ ଉତ୍ପାଦିତ ହୋଇଚାଲେ । ଏହି ସମୟରେ ଥଣ୍ଡା ପାଣି ପିଇବା କେତେ ଲାଭଦାୟକ?
ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡାକ୍ତର ସଚିନ୍ ଏଚ୍ ଜେଙ୍କ ମତରେ,‘କିଛି ଲୋକଙ୍କ କ୍ଷେତ୍ରରେ ଥଣ୍ଡା ପାଣି ଗ୍ୟାସ୍ର ଜ୍ୱଳନ ବା ଏସିଡିଟିକୁ ଶାନ୍ତ କରିଥାଏ । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିପାରେନା । କିଛି ସମୟ ପାଇଁ ଜ୍ୱଳନର ଅନୁଭବକୁ କମ୍ କରିଥାଏ ।’ଥଣ୍ଡା ପାଣି ପେଟ ଭିତରକୁ ଅସ୍ଥାୟୀ ଶାନ୍ତି ଦେଇଥାଏ । କିନ୍ତୁ ଏସିଡ୍ ଉତ୍ପାଦନକୁ କମ୍ କରିପାରେନା । କ୍ଲିନିକାଲ୍ ଟ୍ରାଏଲ୍ରୁ ଜଣାପଡିଛି ଯେ ଏସିଡିଟି ଏବଂ ଛାତିରେ ଜ୍ୱଳନର ଉପଚାର ପାଇଁ ପ୍ରାକୃତିକ ମିନେଲାର ପାଣି ପିଇପାରିବେ । ଏସିଡିଟି ସମସ୍ୟାରେ ଥଣ୍ଡା ପାଣି ଆଦୌ ଲାଭଦାୟକ ନୁହେଁ କିନ୍ତୁ ସମ୍ପୂର୍ଣ୍ଣ ପ୍ରଭାବିତ କରେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମାତ୍ରାଧିକ ଥଣ୍ଡା ପାଣି ହୋଇପାରେ କ୍ଷତିକାରକ ଡାକ୍ତର ସଚିନ୍ଙ୍କ ମତରେ ଏସିଡିଟିକୁ କମ୍ କରିବା ପାଇଁ ମାତ୍ରାଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଏସିଡିଟି ଜୁସ୍ ନ୍ୟୁଟ୍ରିଲାଇଜ୍ ହୋଇପାରେ, ଯାହା ଶରୀର ପାଇଁ କ୍ଷତିକାରକ । କେବେ କେବେ ମାତ୍ରାଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଧୀମା ହୋଇଯାଏ ଅର୍ଥାତ୍ ମେଟାବଲିଜିମ୍ ଧୀମା ହୋଇଚାଲେ । ଫଳରେ ଏସିଡିଟି ସମସ୍ୟା ବଢିପାରେ ।
କାରଣ ଏହି ସମୟରେ ଯାହା ଖାଇବେ ପାଚନ କ୍ରିୟା ଧୀମା ଯୋଗୁ ତାହା ଠିକ୍ ଭାବେ ହଜମ ହୋଇପାରି ନଥାଏ । ତେଣୁ ଏସିଡ୍ ରିଫ୍ଲେକ୍ସ ସମସ୍ୟା ବଢିଯାଏ । କେବଳ ସେତିକି ନୁହେଁ, ମାତ୍ରାଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଗ୍ୟାସ୍, ପେଟ ଓଜନିଆ ଲାଗିବା ସହ ବଦ୍ହଜମୀ ବଢିଥାଏ । ଡାକ୍ତରଙ୍କ ମତରେ ଏସିଡିଟି ସମସ୍ୟା ଆସିଲେ ଥଣ୍ଡା ପାଣି ପରିବର୍ତ୍ତେ ହାଲ୍କା ଉଷୁମ ପାଣି ପିଇପାରିବେ । କାରଣ ଏହା ପେଟ ପାଇଁ ସୁରକ୍ଷିତ । ଏହା ଭୋଜନକୁ ହଜମରେ ସହଯୋଗ କରିବା ସହ ଏସିଡିଟିକୁ ନିୟନ୍ତ୍ରିତ କରିଥାଏ । ବିଶେଷଜ୍ଞଙ୍କ ମତରେ ଯଦି ବାରମ୍ବାର ଏସିଡିଟି ବା ପେଟରେ ଜ୍ୱଲନ ସମସ୍ୟା ହେଉଥାଏ, ତେବେ ଏସବୁ କରିବା ପରିବର୍ତ୍ତେ ଗ୍ୟାସ୍ଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟଙ୍କ ପରାମର୍ଶ କରିବା ଉଚିତ୍ । ପରାମର୍ଶକ୍ରମେ ଡାଏଟ୍ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ୍ ।