କଟକ, ୫/୯: ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗ ଗିରି। ଚାମ୍ବରରେ ଜଣେ ଗ୍ରାହକଙ୍କୁ ନିସ୍ତୁକ ପିଟିଲେ ବ୍ୟାଙ୍କ ମ୍ୟାନେଜର। କଟକ ମହତାବ ରୋଡରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକଙ୍କୁ ନିସ୍ତୁକ ପିଟିଲେ ବ୍ୟାଙ୍କ ମ୍ୟାନେଜର ଓ ଗାର୍ଡ। l ଗ୍ରାହକ ଜଣଙ୍କ ହେଲେ କଟକର ପ୍ରଦୀପ କୁମାର ଜୈନ।

ସୂଚନା ମୁତାବକ, ସେ ଏଡି କୋଡ ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡୁ ଥିବା ବେଳେ ତାଙ୍କୁ ବାରମ୍ବାର ବ୍ୟାଙ୍କ ମ୍ୟାନେଜର ଦୁର୍ବ୍ୟବହାର କରୁଥିଲେ। ଶେଷରେ ଗତ ୩ ତାରିଖ ଦିନ ଯେତେବେଳେ ବ୍ୟାଙ୍କ ଯାଇଥିଲେ ସେତେବେଳେ କାହିଁକି ଏଡି କୋଡ ପାଇଁ ଡେରି କରୁଛନ୍ତି ବୋଲି ପଚାରିବାରୁ ହଠାତ୍ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ବ୍ରାଞ୍ଚ ମ୍ୟାନେଜର। ସାଙ୍ଗେସାଙ୍ଗେ ବିଧା ଗୋଇଠା ମାରିବା ସହ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସୁରକ୍ଷା ଗାର୍ଡକୁ ମଧ୍ୟ ମାରିବା ପାଇଁ କହିଥିଲେ ।

ଏହା ପରେ ବ୍ୟାଙ୍କ୍ କର୍ମଚାରୀ ଓ ଗାର୍ଡ ମିଶି ଅତି ଅମାନୁଷିକ ଭାବେ ପ୍ରଦୀପଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ଘଟିବା ପରେ ପ୍ରଦୀପ କଟକ ବାଦାମବାଡ଼ି ଥାନାରେ ଏନେଇ ଏତାଲା ଦେବା ପରେ ପୋଲିସ ବ୍ୟାଙ୍କ ଯାଇ ଘଟଣାର ତଦନ୍ତ କରୁଛି। ସିସି କ୍ୟାମେରାରେ ମାଡ଼ ମରାଯାଉଥିବା ଘଟଣା କଏଦ ହୋଇଛି।