ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ

Published By : Ankita S | June 6, 2025 8:11 AM

ନୂଆଦିଲ୍ଲୀ,୦୬/୦୬: ଦିନକୁ ଦିନ ଟ୍ରମ୍ପ-ମସ୍କଙ୍କ କଳି ବଢୁଛି । ଦାଣ୍ଡରେ ପଡି ହାଟରେ ଗଡୁଛି ଦୁହିଁଙ୍କ କଳି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଚ୍ରମ୍ପ ଓ ଟେସଲା ମାଲିକ ଏଲନ ମସ୍କ ମଧ୍ୟରେ ବିବାଦ ନୂଆ ମୋଡ ନେଉଛି । ଏବେ ଏଥିରେ ଏକ ନୂଆ  ଅଧ୍ୟାୟ ଯୋଡ଼ି ହୋଇଛି । ଦୁହେଁ ଦୁହିଁଙ୍କୁ କଡ଼ା ଶଦ୍ଦରେ ସମାଲୋଚନା କରୁଛନ୍ତି । ମୁଁ ନଥିଲେ ଟ୍ରମ୍ପ ନିର୍ବାଚନ ହାରିଥାନ୍ତେ ବୋଲି କହିଛନ୍ତି ଏଲନ ମସ୍କ ।  ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଚାହୁଁଛନ୍ତି ମସ୍କ । ଏହା ସହିତ ଟ୍ରମ୍ପଙ୍କ ସ୍ଥାନରେ ଜେଡି ଭାନ୍ସ ରାଷ୍ଟ୍ରପତି ପଦ ସମ୍ଭାଳନ୍ତୁ ବୋଲି କହିଛନ୍ତି । ମସ୍କ ମୋତେ ନିରାଶ କରିଛନ୍ତି । ଦାୟିତ୍ୱରୁ ଓହରି କିଛି ଲୋକ ଶତ୍ରୁ ହୋଇଯାଆନ୍ତି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ସାର୍ବଜନିକ ଭାବେ ମସ୍କ ଓ ଟ୍ରମ୍ପ ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରି ଦେଇଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍‌ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍‌କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍‌ କହିଛନ୍ତି, ‘ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍‌ ବାବଦରେ ସବୁକିଛି ଜଣାଥିଲା । କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇ ନ ଥିଲା । ହେଲେ ଇଲେକ୍ଟ୍ରିକ୍‌ ଯାନ କ୍ରୟ ମାଣ୍ଡେଟ୍‌ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍‌କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍‌କୁ ବିରୋଧ କରି ମସ୍କ ବେଶ୍‌ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥିଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବ ଭଳି ରହିବ କି ତାହା ଜଣାନାହିଁ ।’  

ଟ୍ରମ୍ପ୍‌ଙ୍କ ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖି ମସ୍କ କହିଛନ୍ତି , ‘ମୁଁ ନ ଥିଲେ ଟ୍ରମ୍ପ୍‌ ନିର୍ବାଚନରେ ହାରିଥା’ନ୍ତେ । ଡେମୋକ୍ରାଟ୍‌ସ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସକୁ କବ୍‌ଜା କରିନେଇଥା’ନ୍ତେ ଏବଂ ସିନେଟରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥା’ନ୍ତେ । ଟ୍ରମ୍ପ୍‌ କୃତଜ୍ଞ ରହିବା କଥା । ସରକାର ଇଭି ଏବଂ ସୌରଶକ୍ତିରେ ସବ୍‌ସିଡି ତ କମ୍‌ କରିଦେଲେ କିନ୍ତୁ ତେଲ, ଗ୍ୟାସ୍‌ କମ୍ପାନୀଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । ଏହା ଆଦୌ ଉଚିତ ନୁହେଁ । ବିଲ୍‌ରେ ବହୁତ ଫାଲ୍‌ତୁ ଖର୍ଚ୍ଚ ଯୋଡ଼ାଗଲା ଯାହାକୁ ହଟାଯିବା କଥା ।'

ଅସଲ ବମ୍‌ ପଡିବାର ସମୟ- ଏଲନ ମସ୍କ ଟ୍ରମ୍ପଙ୍କ ବିରୋଧରେ ଖୋଲାଖୋଲି ଭାବେ ମହାଭିଯୋଗ ପ୍ରସ୍ତାବ ଦାବି କରିଛନ୍ତି । ଏହା ସହିତ ଟ୍ରମ୍ପଙ୍କ ସ୍ଥାନରେ ଜେଡ଼ି ଭାନ୍ସଙ୍କୁ ଆମେରିକା ନୂଆ ରାଷ୍ଟ୍ରପତି କରାଯାଉ । ଏହା ସହିତ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ଅସଲ ବମ୍‌ ପଡିବାର ସମୟ ଆସିଛି । ସତ ବାହାରକୁ ଆସିବା ଦରକାର ।

'ମୋଦି ଜୀ ଅସ୍ତ୍ରବିରତି ଘୋଷଣା କରନ୍ତୁ'- ଟ୍ରମ୍ପ-ମସ୍କଙ୍କ ଏହି କଳିକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କର ରୋଚକ କମେଣ୍ଟ ଦେଖିବାକୁ ମିଳିଛି । ଜଣେ ଏକ୍ସ ୟୁଜର ଲେଖିଛନ୍ତି, ମୋଦି ଜୀ ଏଲନ ମସ୍କ ଓ ଟ୍ରମ୍ପଙ୍କ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରନ୍ତୁ । ଏହି ପୋଷ୍ଟକୁ ଲକ୍ଷାଧିକ ଲୋକ ଦେଖିଛନ୍ତି । ସେହିପରି ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ମସ୍କଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି ଅସ୍ତ୍ରବିରତି ଘୋଷଣା ହେଉ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.