ବାସୁଦେବପୁର, ୦୫/୧୧: ବାସୁଦେବପୁର ବ୍ଲକ୍ ସାନକୃଷ୍ଣପୁର ପଞ୍ଚାୟତ ଭଞ୍ଜସାହିରେ ଅଘଟଣ। ପୋଖରୀରୁ ଡଙ୍ଗା ବାହାର କରିବାକୁ ଯାଇ ୧୮ ମାସର ଶିଶୁ ପୁତ୍ରର ମୃତ୍ୟୁ । ଗାଁର କାଳନ୍ଦୀ ପରିଡାଙ୍କ ପୁଅ ପାଗଳାର ମୃତ୍ୟୁ ହୋଇଛି ।
ବୁଧାବାର ସକାଳେ କାଳନ୍ଦୀଙ୍କ ଘର ନିକଟରେ ଥିବା ପୋଖରୀରେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଣ ହୋଇଥିଲା । ଗ୍ରାମବାସୀ ଏବଂ କାଳନ୍ଦୀଙ୍କ ପରିବାର ଲୋକ ମଧ୍ୟ ଡଙ୍ଗା ଭସାଇ ବୋଇତ ବନ୍ଦାଣ କରିଥିଲେ । ଦିନ ୧୧ଟାରେ କାଳନ୍ଦୀ ପରିଡ଼ା ପୁଅ ପାଗଳାଙ୍କୁ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ । ସନ୍ଦେହ ବଢ଼ିବାରୁ ପୋଖରୀ ପାଖକୁ ଯାଇଥିଲେ ଖୋଜି ଥିଲେ । ସେଠାରେ ପୁଅକୁ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ପାଗଳାକୁ ମୃତ ଘୋଷଣା କରିଛନ୍ତି ।