ପୁରୀ, ୧୧।୯ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ।  ପୁଣି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଛି ଡ୍ରୋନ୍। ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନଟି ପଇଁତରା ମାରିଥିବା ଦେଖିବାକୁ ମିଳିଛି। କେବଳ ଶ୍ରୀମନ୍ଦିର ଉପରେ ନୁହେଁ ନୀଳଚକ୍ର, ସିଂହଦ୍ଵାର ଠାରୁ ଉତ୍ତର ଦ୍ବାର ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଉପରି ଭାଗରେ ଉଡିଛି ଡ୍ରୋନ୍। ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଥିବା ବେଳେ ଏହା କିଏ ଏବଂ କେଉଁଠାରୁ ଅପରେଟ କରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଘଟଣାକୁ ପୁରୀ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି।

ସେହପରି ଗତ ଅଗଷ୍ଟ ୨୮ ତାରିଖରେ  ଶ୍ରୀ ମନ୍ଦିର ଉପରେ  ଡ୍ରୋନ  ଉଡିଥିଲା। ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ସିଷ୍ଟମ କେବେଠାରୁ କାର୍ଯ୍ୟ କ୍ଷମ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।