ବୟାଳିଶା ମୌଜା,୧୪।୧୦; ଦେବୀ ନଦୀରୁ ମିଳିଲା ସାଇ ଶୁଭମ ବାରିକଙ୍କ ମୃତଦେହ । ବହୁ ଖୋଜାଖୋଜି କରିବା ପରେ ଗଳିତ ଶବ ଉଦ୍ଧାର ହୋଇଛି । ସମ୍ପର୍କୀୟ ଶବ ଚିହ୍ନଟ କରିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ରବିବାର କଟକ ଜିଲ୍ଲା ବୟାଳିଶା ମୌଜା ଥାନା ବସନ୍ତ କୁଣ୍ଡଳ ଗାଁରେ ନାବାଳକ ସାଇ ଶୁଭମ ବାରିକ୍ ଏବଂ ଗୁରୁ ପ୍ରସାଦ ନାୟକ ସିଢ଼ୁଆ ନଦୀରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ତେବେ ୪୮ ଘଣ୍ଟା ପରେ ଶୁଭମ ବାରିକଙ୍କ ମୃତଦେହ ଜଗତସିଂହପୁର ଜିଲ୍ଲା ମାଛ ଗାଁରୁ ଉଦ୍ଧାର ହୋଇଛି । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ​​​​​​​