ନୂଆଦିଲ୍ଲୀ,୨୦/୦୫: ଆଉ ନିସ୍ତାର ନାହିଁ । ସାବାଡ଼ ହେବେ ସାଇବର ଅପରାଧି । ଖୋଜି ଖୋଜି ଅପରାଧିବାକୁ ଗିରଫ କରାଯିବ । ସାଇବର କ୍ରାଇମ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପାଇଲଟ ପ୍ରୋଜେକ୍ଟ ଜରିଆରେ ଦିଲ୍ଲୀରେ ଇ-ଜିରୋ ଏଫଆଇଆରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (୧୪ସି) ସାଇବର ଅପରାଧୀଙ୍କୁ ଧରିବାକୁ ଇ-ଜିରୋ ଆରମ୍ଭ ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ । ଖୁବଶୀଘ୍ର ପୁରା ଦେଶରେ ଲାଗୁ ହେବ ।
ଇ-ଜିରୋ FIRର ଶୁଭାରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ''ଦିଲ୍ଲୀରେ ଏହା ପାଇଲଟ ପ୍ରୋଜେକ୍ଟ ରୂପରେ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସାଇବର ଅପରାଧ ରିପୋଟିଂ ପୋର୍ଟାଲ (ଏନସିଆରପି) ଏବଂ ହେଲ୍ପଲାଇନ ନମ୍ବର ୧୯୩୦ରେ ଦାୟର ସାଇବର ଅପରାଧକୁ ସ୍ୱଚାଳିତ ରୂପରେ ଏଫଆଇରରେ ବଦଳାଇ ଦେବ । ପ୍ରାରମ୍ଭରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ ଏହା ଲାଗୁ ହେବ । ଖୁବଶୀଘ୍ର ସମଗ୍ର ଦେଶରେ ଏହା ଲାଗୁ ହେବ । ଏଥିରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ସହଜରେ ଟଙ୍କା ଫେରି ପାଇବେ ଏବଂ ସାଇବର ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସହୟତା ମିଳିବ । ଏହା ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନର ପ୍ରାବଧାନର ଉପଯୋଗ କରିଥାଏ ।''
The MHA's Indian Cybercrime Coordination Centre (I4C) introduced the new e-Zero FIR initiative to nab any criminal with unprecedented speed. Launched as a pilot project for Delhi, the new system will automatically convert cyber financial crimes filed at NCRP or 1930 to FIRs,…
— Amit Shah (@AmitShah) May 19, 2025
'ସାଇବର ସୁରକ୍ଷିତ ଭାରତ' ପକ୍ଷରୁ ପଦକ୍ଷେପ- ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ସାଇବର ସୁରକ୍ଷିତ ଭାରତ' ଦୂରଦୃଷ୍ଟି ପ୍ରାପ୍ତ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଆଇ୪ସିର ସମୀକ୍ଷା ବୈଠକରେ ଏହା ଲାଗୁ ହୋଇଥିଲା । ଯେଉଁଥିରେ ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତି ତାଙ୍କ ଟଙ୍କା ଫେରି ପାଇବେ । ଜିରୋ ଏଫଆଇର ଆପେ ଆପେ ଦାୟର ହେବ । ଦିଲ୍ଲୀ ପୋଲିସ ଏବଂ ଆଇ୪ସି ଭାରତୀୟ ନାଗରିକ ସଂହିତା ଧାରା ୧୭୩ (୧) ଏବଂ ୧ (ii)ର ନୂଆ ପ୍ରାବଧାନ ଅନୁସାରେ ମାମଲା ପଞ୍ଜୀକରଣ ପ୍ରକ୍ରିୟା ଲାଗୁ କରିବାକୁ କାମ କରିବ ।