ନୂଆଦିଲ୍ଲୀ,୧୪/୦୯: ପୂର୍ବୋତ୍ତର ଭାରତରେ ଭୂମିକମ୍ପ ଝଟକା । ପଶ୍ଚିମବଙ୍ଗରୁ ଭୁଟାନ ପର୍ଯ୍ୟନ୍ତ ଥରିଲା ପୃଥିବୀ । ରବିବାର ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ତେବେ ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଆସାମ ସରକାରଙ୍କ ସୂଚନା ଅନୁଯାୟୀ, ଭୂମିକମ୍ପ ଅପରାହ୍ନ ୪ଟା ୪୧ ମିନିଟ୍ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉଦଲଗୁରୀ ଜିଲ୍ଲାରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରହିଛି । ​​​​​​​​​​​​​​

​​​​​​​

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଆସମରେ ଭୂମିକମ୍ପ ଝଟକା ଲାଗିଛି । କେବଳ ଆସାମ ନୁହେଁ ପୂର୍ବୋତ୍ତର କିଛି ରାଜ୍ୟରେ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୮ ରେକର୍ଡ କରଯାଇଛି । ଭୂମିକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ କିଛି ମାତ୍ରରେ ଗୁଜବ ମଧ୍ୟ ଭାଇରାଲ୍ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଶାନ୍ତ ରହିବାକୁ ଆପିଲ୍ କରିଛି । କେବଳ ଆସାମ ନୁହେଁ ପଶ୍ଚମବଙ୍ଗରୁ ଭୁଟାନ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଲାଗିଛି ।