ଭୁବନେଶ୍ଵର, ୮/୯ : ଦିନରେ କେତେ ବୋତଲ ପାଣି ପିଉଛନ୍ତି ? ଅଧିକ କିମ୍ଵା କମ୍ କରି ପାଣି ପିଉ ନାହାଁନ୍ତି ତ, ତାହେଲେ ସାବଧାନ୍। ଜର୍ଣ୍ଣାଲ୍ ଅଫ୍ ଆପ୍ଲାଏଡ୍ ଫିଜିଓଲୋଜିର ଅଧ୍ୟୟନରୁ ନୂଆ ଖୁଲାସା। ଯେଉଁ ଲୋକମାନେ ଦେଢ ଲିଟରରୁ କମ୍ ପାଣି ପିଅନ୍ତି, ସେମାନେ ଅଧିକ ଚାପଗ୍ରସ୍ତ ହୁଅନ୍ତି । ସେମାନଙ୍କ ଶରୀରରେ କାର୍ଟିସୋଲ୍ ନାମକ ହରମୋନ୍ ମାତ୍ରା ବଢିଯାଏ। ଏହା ଶରୀରରେ ଚାପ ସୃଷ୍ଟି କରେ ।
ଯୁବ ବୟସ୍କଙ୍କ ଦୁଇ ଗୋଷ୍ଠୀଙ୍କୁ ନେଇ ବୈଜ୍ଞାନିକମାନେ ଏହି ରିସର୍ଚ୍ଚ କରିଛନ୍ତି । ଗୋଟିଏ ଗୋଷ୍ଠୀକୁ ପ୍ରତିଦିନ ପିଇବାକୁ ଦେଢ ଲିଟରରୁ କମ୍ ପାଣି ଓ ଅନ୍ୟ ଗୋଷ୍ଠୀକୁ ଦେଢ ଲିଟରରୁ ଅଧିକ ପାଣି ଦିଆଯାଉଥିଲା। ଏକ ସପ୍ତାହ ପରେ ଉଭୟ ଗୋଷ୍ଠୀର ଲୋକମାନଙ୍କ କ୍ଷମତା ପରୀକ୍ଷଣ କରାଯାଇଥିଲା। ଉଭୟ ଗୋଷ୍ଠୀ ସମାନ ଭାବରେ ଚିନ୍ତିତ ଥିଲେ ଏବଂ ସେମାନଙ୍କର ହୃଦସ୍ପନ୍ଦନ ମଧ୍ୟ ସମାନ ଭାବରେ ବୃଦ୍ଧି ପାଇଥିଲା। ଯେଉଁ ଗୋଷ୍ଠୀ ଦେଢ ଲିଟର ପାଣିର ମାନଦଣ୍ଡ ପାଳନ କରିଥିଲେ ସେମାନଙ୍କ ମଧ୍ୟରେ କର୍ଟିସୋଲ ହରମୋନ ଅଧିକ ଥିଲା। ଯଦି ଶରୀରରେ କର୍ଟିସୋଲ ସ୍ତର ବୃଦ୍ଧି ପାଏ, ତେବେ ଏହା ଚାପ ବୃଦ୍ଧି କରେ। ଅନ୍ୟପକ୍ଷରେ, ଯଦି କର୍ଟିସୋଲ ସ୍ତର ଅନେକ ମାସ କିମ୍ବା ବର୍ଷ ବର୍ଷ ଧରି ଉଚ୍ଚ ରହିଥାଏ, ତେବେ ଏହା ହୃଦରୋଗ, ବୃକକ୍ ସମସ୍ୟା କିମ୍ବା ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଏ । ଶରୀରରେ ପାଣିର ମାତ୍ରା ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଯେତେବେଳେ ଶରୀରରେ ପାଣିର ଅଭାବ ହୁଏ ମସ୍ତିଷ୍କ ବାସୋପ୍ରେସିନ୍ ନାମକ ଏକ ହର୍ମୋନ ଛାଡ଼େ। ଏହା କିଡନୀକୁ ବାର୍ତ୍ତା ଦିଏ।
ଗବେଷଣାରେ ସାମ୍ନାକୁ ଆସିଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମଣିଷ ଶରୀରରେ ତରଳ ପଦାର୍ଥର ଆବଶ୍ୟକତା କେବଳ ପାଣି ଦ୍ୱାରା ପୂରଣ ହୁଏ ନାହିଁ, ବରଂ ଦିନସାରା ଚା, କଫି, କ୍ଷୀର ପିଇଲେ ମଧ୍ୟ ଶରୀରରେ ତରଳ ପଦାର୍ଥର ଆବଶ୍ୟକତା ପୂରଣ ହୁଏ। ତଥାପି, ପାଣିର ପ୍ରଭାବ ଏହି ସମସ୍ତ ପାନୀୟ ଅପେକ୍ଷା ଶୀଘ୍ର ଏବଂ ଦ୍ରୁତତର ଭାବେ କାମ କରେ।