ବୟସ ବଢିବା ସହିତ ଶରୀରରେ ଅନେକ ଅଭାବ ଦେଖିବାକୁ ମିଳିଥାଏ । ଯେପରିକି କ୍ୟାଲସିୟମ୍, ଭିଟାମିନ୍-ଡି, ଭିଟାମିନ୍ବି୧୨ ଆଦି । ଯାହାର ଲକ୍ଷଣ ହାତଗୋଡ଼ ଓ ଚର୍ମରେ ଦେଖିବାକୁ ମିଳିଥାଏ । ଯଦି ରାତିରେ ଶୋଇଥିବା ସମୟରେ ପାଦରେ ଛୁଞ୍ଚି ଫୋଡିଲା ପରି ଅନୁଭବ ହୋଇଥାଏ । ତେବେ ଏହାର କାରଣ ଶରୀରରେ କେତେକ ଭିଟାମିନ୍ସର ଅଭାବ ହୋଇଥାଏ । ବିଭିନ୍ନ ପ୍ରକାର ଫଳରୁ ଭିଟାମିନ୍-ବି ୧୨ ମିଳିଥାଏ । ତଥାପି ଏହାର ଅଭାବ ଖୁବ୍ ସାଧାରଣ ହୋଇଥାଏ । ବିଶେଷଜ୍ଞ ଅନୁସାରେ ଭିଟାମିନ୍-ବି୧୨ ଏକ ଜରୁରି ପୋଷକ ତତ୍ତ୍ୱ, ଯାହାର ଆବଶ୍ୟକତା ଆମ ଶରୀରକୁ ଡିଏନ୍ଏ ସିଥୋସିସ୍,ଏନର୍ଜି ପ୍ରଡକ୍ସନ ଓ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍କୁ ସକ୍ରିୟ ରଖିବା ପାଇଁ ଆବଶ୍ୟକ ହୋଇଥାଏ । ବୟସ ବଢିବା ସହିତ ଭିଟାମିନ୍-ବି ୧୨କୁ ଅବଶୋଷଣ କରିବାର କ୍ଷମତା ଆମ ଶରୀରକୁ ଦୁର୍ବଳ କରିଚାଲେ । ସେଥିପାଇଁ ବିଶେଷକରି ୪୦ ବର୍ଷ ପରେ ଆମ ଶରୀରରେ କେତେକ ଅଭାବର ଲକ୍ଷଣ ଦେଖିବାକୁ ମିଳିଥାଏ ।
ପାଦ ଓ ହାତ ଝିମ୍ଝିମ୍ ହେବା-
ଭିଟାମିନ୍-ବି ୧୨ର ଅଭାବ ଯୋଗୁ ଛୁଞ୍ଚି ଫୋଡିବା ପରି ଅନୁଭବ ହୋଇଥାଏ । ଏପରି ହେବାର କାରଣ ତନ୍ତ୍ରିକା ତନ୍ତ୍ରରେ ଅନେକ ଜରୁରି ପରିବର୍ତ୍ତନ ଆସିଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହାର ଅଭାବ କାରଣରୁ ଲୋକଙ୍କଠାରେ ତନ୍ତ୍ରିକା ସମ୍ବନ୍ଧୀୟ ସମସ୍ୟା ହେବା ସହ ତନ୍ତ୍ରିକା କ୍ଷତିଗ୍ରସ୍ତ ହୋଇଥାଏ ।
ଠିକ୍ ଭାବେ ଚାଲିବା ସମ୍ଭବ ହୁଏନା-
ଯଦି ଚାଲିବା କିମ୍ବା ସନ୍ତୁଳନ ରଖିବାରେ ସମସ୍ୟା ଆସୁଥାଏ, ତେବେ ଏହା ଭିଟାମିନ୍-ବି୧୨ ଅଭାବର ଲକ୍ଷଣ ହୋଇଥାଇପାରେ । ଏହି ଭିଟାମିନ୍ ଅଭାବ କାରଣରୁ ତନ୍ତ୍ରିକାଗୁଡ଼ିକ ପ୍ରଭାବିତ କରିଥାଏ, ଯାହା ବ୍ୟକ୍ତିର ମାଂସପେଶୀର ଚଳପ୍ରଚଳକୁ ସକ୍ରିୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଗଣ୍ଠି ଦୁର୍ବଳ ହେବା-
ଭିଟାମିନ୍-ବି୧୨ ଅଭାବ କାରଣରୁ ଗଣ୍ଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଓ ପ୍ରଦାହ ହୋଇଥାଏ, ଫଳରେ ଚଲାବୁଲାରେ ସମସ୍ୟା ଆସିଥାଏ । ପାଦର ମାଂସପେଶୀ ଦୁର୍ବଳ ହୁଏ ଭିଟାମିନ୍-ବି୧୨ ଅଭାବର ଲକ୍ଷଣ ଦୁର୍ବଳତା ଓ ଥକ୍କାପଣର ଆଖାପାଖ ପରି ଅନୁଭବ ହୋଇଥାଏ । ବିଶେଷକରି ପାଦରେ, ଯାହାଦ୍ୱାରା ସାରା ଜୀବନ ପ୍ରଭାବିତ ହୋଇଥାଏ ।
ତ୍ୱଚା ରଙ୍ଗରେ ପରିବର୍ତ୍ତନ-
ଏହି ଭିଟାମିନ୍ ଅଭାବରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ । ତ୍ୱଚା ଧୀରେ ଧୀରେ ହଳଦିଆ ଦେଖାଯାଇଥାଏ । ବିଶେଷକରି ପାଦ ହଳଦିଆ ଦେଖାଯାଇଥାଏ । ଏହି ସମୟରେ ଶରୀରରେ ପର୍ଯ୍ୟାପ୍ତ ମାତ୍ରାର ଲାଲ୍ ରକ୍ତକଣିକା ତିଆରି ହୋଇପାରେନା । କାରଣ ଲାଲ୍ ରକ୍ତକଣିକା ତିଆରିରେ ଭିଟାମିନ୍-ବି ୧୨ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପର୍ଯ୍ୟାପ୍ତ ଲାଲ୍ ରକ୍ତକଣିକା ନ ହେବା ଦ୍ୱାରା ଆନେମିଆର ଆଶଙ୍କା ସୃଷ୍ଟି ହୋଇଥାଏ । ଫଳରେ ଜଣ୍ଡିସ୍ ମଧ୍ୟ ହୋଇପାରେ ।
କେମିତି ଦୂର କରିବେ?
ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ସାହାଯ୍ୟରେ ଭିଟାମିନ୍-ବି୧୨ର ଅଭାବକୁ ଦୂର କରାଯାଇପାରିବ । ଯଦି ଖାଦ୍ୟରେ ଆବଶ୍ୟକ ଭିଟାମିନ୍-ବି ୧୨ ନେଇ ପାରୁନାହାନ୍ତି, ତେବେ ସପ୍ଲିମେଣ୍ଟ ନେବା ଆବଶ୍ୟକ ।