କୋଣାର୍କ,୧୩।୯(ଆପ୍ର) :  ୪୦ଟି ଦେଶର ବୈଦେଶିକ ସେବା ଅଧିକାରୀ(ଏଫଏସଓ) ସୂର୍ଯ୍ୟମନ୍ଦିର ଶନିବାର ପରିଦର୍ଶନ  କରିଛନ୍ତି। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଅଧିକାରୀମାନେ ବିମୋହିତ ହୋଇପଡ଼ିଥିଲେ।

କେନିୟା, ଇଜିପ୍ଟ, ମରିସସ, ନାଇଜେରିଆ, ଭାରତ, ମାଳଦୀପ, ନେପାଳ, ଇରାକ, ଶ୍ରୀଲଙ୍କା, ଭିଏତନାମ, ବ୍ରାଜିଲ, କ୍ୟୁବା, ଜାମାଇକା ଆଦି ଦେଶର ବୈଦେଶିକ ଅଧିକାରୀ ଏଠାରେ ପହଂଚିବା ପରେ ପ୍ରଥମେ ଯାତ୍ରୀନିବାସରେ କିଛି ସମୟ ଅତିବାହିତ କରିଥିଲେ। ପରେ ସେମାନେ ସୂର୍ଯ୍ୟମନ୍ଦିର ବୁଲିଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଅଧିକାରୀମାନେ ବିମୋହିତ ହୋଇପଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।