ଭୁବନେଶ୍ୱର,୧୨/୧୦: ଭୁବନେଶ୍ୱର ପାଣ୍ଡରାଠାରେ ବିଶ୍ୱସ୍ତରୀୟ ମାଛ ହୋଲସେଲ ମାର୍କେଟ ଛିଡ଼ା ହେବ । ଆଜି ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର କରିଛନ୍ତି । ଏହି ଅତ୍ୟାଧୁନିକ ମାର୍କେଟରେ ହାଇଡ୍ରୋଲାଇସେଟସ୍ ପ୍ଲାଣ୍ଟ ନିର୍ମାଣ କରାଯିବ । ମାଛ କାତି ଏବଂ କଣ୍ଟାକୁ ପକ୍ରିୟା କରଣ ବା ପୃଥକ କରାଯିବ । ଏଥିରୁ ଅର୍ଗାନିକ ଫଟିଲାଇଜରର୍ସ ତିଆରି କରାଯିବ । ପାଣ୍ଡରାରେ ମୋଟ୍ ୫.୮୧ ଏକର ଜମିରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ । ପ୍ରକଳ୍ପର ପରିସର ମଧ୍ୟରେ ମୋଟ୍ ୪୪ଟି ଗୋଦାମ ରହିବ । ବଡ ଟ୍ରକ ପାଇଁ ଲୋଡିଂ ଏବଂ ଅନ୍ଲୋଡିଂ ବେ ସହିତ ପାଇକାରୀ ମାଛ ବଜାର ୟୁନିଟ୍, ପରୀକ୍ଷା ଏବଂ ପ୍ରକ୍ରିୟାକରଣ ୟୁନିଟ୍, ସେମିନାର ହଲ ସହିତ ପ୍ରଶାସନିକ କୋଠା ରହିବ ।
ସେହିପରି ଅତିଥି କୋଠରୀ, ଶ୍ରମିକଙ୍କ ପାଇଁ ଡରମିଟରୀ କୋଠା, କ୍ୟାଣ୍ଟିନ, ୧୦୦ପିଣ୍ଡି, ଖୁଚୁରା ବଜାର, ଡିଜି ସେଟ ଏବଂ ଟ୍ରାନ୍ସଫର୍ମର, ଏଫ୍ଲୁଏଣ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ମାଛ ହାଇଡ୍ରାଲାଇସେଟ ପ୍ଲାଣ୍ଟ, ବରଫ କାରଖାନା ଏବଂ ପାର୍କିଂ ସୁବିଧା ରହିବ । ଆଧୁନିକ ପାଇକାରୀ ମାଛ ବଜାରରେ ସ୍ମାର୍ଟ ଟେକ୍ନୋଲୋଜି ସୁବିଧା ରହିବ । ବଜାରରେ ଉନ୍ନତ ଦକ୍ଷତା ଏବଂ ସ୍ମାର୍ଟ ପରିଚାଳନା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ ନିୟୋଜନ କରାଯିବ । ଦକ୍ଷ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ସାମଗ୍ରୀ ପରିଚାଳନା, ଇ-ମାର୍କେଟ ବ୍ୟବସ୍ଥା ରହିବ । ବିଏମ୍ସି ଏହି ପ୍ରକଳ୍ପକୁ ଟର୍ଣ୍ଣକି ମୋଡରେ ଆଗକୁ ନେବାକୁ ନିଷ୍ପତ୍ତି ନେଇଛି । ମାର୍କେଟ ପାଇଁ ମୋଟ୍ ୫.୮୧ ଏକର ପରିସୀମା ରହିଥିବା ବେଳେ ଏହାର ନିର୍ମାଣ ସମୟ ସୀମା ୨ବର୍ଷ ରଖାଯାଇଛି । ସେହିପରି ଆନୁମାନିକ ପ୍ରକଳ୍ପ ମୂଲ୍ୟ ୫୯.୧୩ କୋଟି ଟଙ୍କା ରହିଛି । ସେଥିରୁ କେନ୍ଦ୍ର ୩୦ କୋଟି ଏବଂ ରାଜ୍ୟ ୨୯ କୋଟି ଟଙ୍କା ଖର୍ଚ୍ଚ କରିବ । ୟୁନିଟ୍-୪ ମାଛ ମାର୍କେଟରେ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ରବିବାର, ବୁଧବାର ଏବଂ ଶୁକ୍ରବାର ହାଟରେ ଭିଡ଼ ଲାଗୁଥିଲା । ଫଳରେ ଲୋକଙ୍କର ଅସୁବିଧା ଭୋଗୁଛନ୍ତି । ଏପରି କି ବଡ଼ ବଡ଼ ଗାଡ଼ିଗୁଡ଼ିକ ଲାଗିବା ଦ୍ୱାରା ଟ୍ରାଫିକ୍ ବଢୁଥିଲା । ଏହି ନୂଆ ମାଛ ହୋଲସେଲ ମାର୍କେଟକୁ ସ୍ୱାଗତ କରାଯାଇଛି ।