ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିସ୍ଫୋରଣ ହେଲା ଗ୍ୟାସ୍‌ ସିଲିଣ୍ଡର୍‌, ୫ ଦାଦନ ଶ୍ରମିକ ଗୁରୁତର

Published By : Harapriya Sethi | February 5, 2025 10:06 AM

ବ୍ରହ୍ମପୁର,୦୫/୦୨: ପେଟ ପାଟଣା ପାଇଁ ବେଙ୍ଗାଲୁରୁ ଯାଇଥିଲେ ୫ ଦାଦନ ଶ୍ରମିକ । ସେଠାରେ ଖାଇବା ପାଇଁ ରୋଷେଇ କରିବା ବେଳେ ବିସ୍ଫୋରଣ ହେଲା ଗ୍ୟାସ୍‌ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ନିଆଁରେ ପୋଡି ହୋଇଯାଇଥିବା ଶ୍ରମିକ ମାନେ ବ୍ରହ୍ମପୁର ଥାନା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧିନସ୍ତ ଜେନାପୁର ଗ୍ରାମର ସନ୍ତୋଷ ବେହେରା, ପବିତ୍ର ସେଠି, ରୁନା ସାହୁ, ବିପିନ ସେଠି, ସାରଥୀ ସେଠି ବୋଲି ଜଣାପଡ଼ିଛି । 

ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର

ସୂଚନା ମୁତାବକ, ଜେନାପୁର ଗ୍ରାମର ପାଞ୍ଚଜଣ ଯୁବକ ନିଜ ପେଟ ପାଟଣା ପାଇଁ ଜାନୁଆରୀ ମାସରେ ସୁଦୂର ବେଙ୍ଗାଲୁରୁ ଯାଇଥିଲେ । ସମସ୍ତ ଶ୍ରମିକ ସେଠାରେ ଗୋଟିଏ ସ୍ପେର ପାର୍ଟ କମ୍ପାନୀରେ କାମ କରିଆସୁଥିଲେ । ଉକ୍ତ ଶ୍ରମିକ ମାନେ ନିଜର କାମ ଧନ୍ଦା ସାରି ନିଜ ରହିବା ଜାଗାରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ରୋଷେଇ କରିବା ପାଇଁ ଗ୍ୟାସ୍‌ରେ ଅଗ୍ନି ସଂଯୋଗ କରିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସାରା ରୁମ୍‌ରେ ବ୍ୟାପି ଯାଇଥିଲା । ନିଆଁ ଭୟରେ ପାଞ୍ଚ ଜଣ ରୁମ୍‌ରୁ ବାହାରିବାକୁ ଚେଷ୍ଟା କରୁ କରୁ ଗୁରୁତର ଭାବରେ ପୋଡି ଯାଇଥିବା ସୂଚନା ମିଳିଛି । ଏହା ଦେଖି ସ୍ଥାନୀୟ ଲୋକେ ଉକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଚିକତ୍ସା ନିମନ୍ତେ ମେଡିକାଲ ପଠାଇଥିଲେ । ଏପଟେ ଏହି ଦୁଖଃଦ ଖବର ପାଇ ସମସ୍ତ ଶ୍ରମିକଙ୍କ ପରିବାର ଲୋକ ଆତଙ୍କିତ ହୋଇ ଆହତ ମାନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.