ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅକ୍ଷୟ ତୃତୀୟାରେ ବିକ୍ରି ହୋଇପାରେ ୧୨ ହଜାର କୋଟି ଟଙ୍କାର ସୁନା, ଭାଙ୍ଗିପାରେ ୨୦୨୪ ରେକର୍ଡ

Published By : Tapas Panda | April 29, 2025 8:51 PM

ନୂଆଦିଲ୍ଲୀ: ବୁଧବାର ଅକ୍ଷୟ ତୃତୀୟା ପାଳନ ହେବାକୁ ଯାଉଛି । ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଅକ୍ଷୟ ତୃତୀୟା ସଫଳତା ଏବଂ ଭାଗ୍ୟ ଆଣିଥାଏ । ତେଣୁ ଧନ ଏବଂ ସମୃଦ୍ଧି ଲାଗି ଲୋକମାନେ ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରନ୍ତି । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଅକ୍ଷୟ ତୃତୀୟା ଦିନ କିଣାଯାଇଥିବା ସୁନାର ମୂଲ୍ୟ କେବେ ହ୍ରାସ ହୁଏ ନାହିଁ ବରଂ ବୃଦ୍ଧି ପାଏ । ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ସାରା ଦେଶରେ ଅଳଙ୍କାର ବଜାରରେ ଉତ୍ସାହ ଦେଖା ଦେଇଛି । ସୁନା ମୂଲ୍ୟ ଅହେତୁକ ବୃଦ୍ଧି ସତ୍ତ୍ବେ ବଜାରରେ ଉତ୍ସାହ ଜାରି ରହିଛି ।

 କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ସୁନା ଓ ରୁପା ମୂଲ୍ୟରେ ବହୁ ବୃଦ୍ଧି ଘଟିଛି । ୧୦ ଗ୍ରାମ ସୁନା ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କାରେ ପହଞ୍ଚିଛି । ଗତ ବର୍ଷ ଅକ୍ଷୟ ତୃତୀୟାରେ ସୁନା ମୂଲ୍ୟ ୭୩, ୫୦୦ ଟଙ୍କା ଥିଲା । ସେହିଭଳି ରୁପା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧ ଲକ୍ଷ ଟଙ୍କା ଛୁଇଁଥିବା ବେଳେ ୨୦୨୪ରେ ଏହାର ମୂଲ୍ୟ ୮୬ ହଜାର ଟଙ୍କା ଥିଲା । ୨୦୨୩ରେ ଅକ୍ଷୟ ତୃତୀୟା ଦିନ ସାରା ଦେଶରେ ପ୍ରାୟ ୧୪.୫ ହଜାର କୋଟି ଟଙ୍କାର ଅଳଙ୍କାର ବିକ୍ରି ହୋଇଥିଲା । ୨୦୨୪ରେ ଲୋକସଭା ନିର୍ବାଚନ ହେତୁ ବାଣିଜ୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲା । 

 ଅଲ ଇଣ୍ଡିଆ ଜୁଏଲର୍ସ ଏବଂ ଗୋଲ୍ଡସ୍ମିଥ ଫେଡେରେସନର ସଭାପତି ପଙ୍କଜ ଆରୋରା କହିଛନ୍ତି ଯେ, ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ପ୍ରାୟ ୧୨ ହଜାର କୋଟି ମୂଲ୍ୟର ୧୨ ଟନ୍ ସୁନା ଏବଂ ୪ ହଜାର କୋଟି ମୂଲ୍ୟର ୪୦୦ ଟନ୍ ରୁପା କାରବାର ହେବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ଯେ, ଏଥର ସୁନା ଓ ରୁପା ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ କ୍ରୟ ଶକ୍ତିରେ କିଛି ମନ୍ଥରତା ଦେଖାଦେଇଛି । ସାଧାରଣତଃ ଅକ୍ଷୟ ତୃତୀୟାରେ ଭଲ ବିକ୍ରି ହୋଇଥାଏ । କିନ୍ତୁ ଏଥର ଅଧିକ ମୂଲ୍ୟ ଚାହିଦାକୁ ପ୍ରଭାବିତ କରିଛି ।

 ଆର୍ଥିକ ଅନିଶ୍ଚିତତା, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ଏବଂ ବୈଶ୍ବିକ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ବିନିଯୋଗ ମାଧ୍ୟମ ଭାବରେ ଗ୍ରହଣ କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି । କ୍ୟାଟ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭାରତୀ କହିଛନ୍ତି ଯେ, ଦେଶରେ ଚାଲିଥିବା ବିବାହ ଋତୁ ଯୋଗୁଁ ଅଳଙ୍କାରର ଚାହିଦା କମିନାହିଁ । ବିବାହ ସମୟରେ ସୁନା ଓ ରୁପା କିଣିବା ଏକ ପରମ୍ପରା ହୋଇଥିବାରୁ ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଗ୍ରାହକମାନେ ଅଳଙ୍କାର କ୍ରୟ କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.