ଭୁବନେଶ୍ବର, ୧୮।୯ : ରାଜ୍ୟର ୨ ଟି ଜିଲ୍ଲାରେ ସୁନାପଥରର ସନ୍ଧାନ ମିଳିଛି।  ଦେବଗଡ ଜିଲ୍ଲାର ଆଡାସ ଓ କେଉଁଝର ଜିଲ୍ଲାର ଗୋପୁର ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି । ଏଠାରେ ଯଥାକ୍ରମେ ୧୬୮୫ କିଗ୍ରା ଓ ୩୧୧.୦୭ କି.ଗ୍ରା. ସୁନାପଥର ଥିବା ଆକଳନ କରାଯାଇଛି। ଏ ନେଇ ବିଧାନସଭାରେ ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଦେବଗଡ ଜିଲ୍ଲାର ଆଡାସ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ କେଉଁଝର ଜିଲ୍ଲାର ଗୋପୁର ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଅନୁସନ୍ଧାନ କାର୍ଯ୍ୟ କରାଯାଇଛି। ଆର୍ଥିକ ଓ ଭୂତାତ୍ତ୍ୱିକ ଦୃଷ୍ଟିକୋଣରୁ ଉପୋଯୋଗୀ ହେଲେ ଗଚ୍ଛିତ ଏହି ସୁନାପଥରର ଉତ୍ତୋଳନ ନିମନ୍ତେ ନିଲାମ କରିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ। ବିଧାନସଭାରେ ବିଧାୟକ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।